ନୂଆଦିଲ୍ଲୀ,୨୬/୦୪ : ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ସେ ଭଗବାନ ବୁଦ୍ଧଙ୍କ ଶାନ୍ତିବାର୍ତ୍ତାଠୁ ଆରମ୍ଭ କରି ମହାକାଶ ବିଜ୍ଞାନରେ ଭାରତରେ ଅବଦାନ ବାବଦରେ ଅନେକ କିଛି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱ ଗୌତମ ବୁଦ୍ଧଙ୍କ ଆଦର୍ଶକୁ ପାଳନ କରିବା ଆବଶ୍ୟକ । ବୁଦ୍ଧଙ୍କ ବିଚାର ବର୍ତ୍ତମାନ ତଥା ଭବିଷ୍ୟତ ପାଇଁ ଖୁବ୍ ଜରୁରୀ । ଚିଲିର ଏକ ସଂସ୍ଥା ବୁଦ୍ଧଙ୍କ ବିଚାରକୁ ପ୍ରଚାର କରୁଛି । ଯାହା ଜନତାଙ୍କୁ କିପରି ପ୍ରକୃତି ସହ ଯୋଡି ହୋଇ ରହିପାରିବେ ତାହା ଶିଖାଇଥାଏ । ବୁଦ୍ଧ ସଦାବେଳେ ଆମମାନଙ୍କୁ ଶାନ୍ତି ପାଇଁ ଶିକ୍ଷା ଦେଇଛନ୍ତି । ଏବେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି । ଯାହା ବିଶ୍ୱରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟି କରିଛି । ବିଶ୍ୱକୁ ଏକ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ଯାହାକୁ ବୁଦ୍ଧଙ୍କ ଶାନ୍ତିର ମାର୍ଗ ଅଟକାଇପାରିବ ।

​​​​​​​Also Read :-Swiss Air Delhi Airport Emergency: ଦିଲ୍ଲୀ ବିମାନବନ୍ଦରରେ ଅଳ୍ପକେ ବର୍ତ୍ତିଲେ ୨୩୦ରୁ ଅଧିକ ଯାତ୍ରୀ, ସ୍ୱିସ୍ ଏୟାର୍ ବିମାନର ଇଞ୍ଜିନରେ ସମସ୍ୟା

ସେ ଆହୁରି କହିଛନ୍ତି ଯେ, କିଛିଦିନ ପରେ ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରିବ । ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା । ଭଗବାନ ବୁଦ୍ଧଙ୍କ ସନ୍ଦେଶ ସଦାବେଳେ ପ୍ରାସଙ୍ଗିକତା ବହନ କରିଥାଏ । ଭାରତ ବିଜ୍ଞାନକୁ ସର୍ବଦା ଦେଶର ପ୍ରଗତିରେ ବ୍ୟବହାର କରି ଆସିଛି । ଦେଶର ବୈଜ୍ଞାନିକ ସିଭିଲ୍ ନ୍ୟୁକ୍ଲିଅର୍ ପ୍ରୋଗ୍ରାମକୁ ଆଗକୁ ବଢାଉଛନ୍ତି । ଯାହା ରାଷ୍ଟ୍ର ନିର୍ମାଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବ । କୃଷକଙ୍କଠୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନ୍ୟୁକ୍ଲିଅର୍ ପ୍ରୋଗ୍ରାମ ସାହାଯ୍ୟ କରିବ ବୋଲି ପିଏମ୍ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ବୈଜ୍ଞାନିକମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେମାନେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ତାମିଲନାଡୁର କଳ୍ପକ୍କମରେ ପ୍ରଥମ ବ୍ରିଡର୍ ରିଆକ୍ଟର କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି । ଏହା ଏକ ଐତିହାସିକ ମାଇଲଷ୍ଟୋନ୍ ଅଟେ । ଭାରତର ନ୍ୟୁକ୍ଲିଅର୍ ଯାତ୍ରାରେ ଏହାର ଅବଦାନ ଅଧିକ । ସବୁଠାରୁ ବଡ କଥା ହେଲା ଯେ ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହାସହ ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି । ​​​​​​​