ନୂଆଦିଲ୍ଲୀ, ୨୦/୧୦:ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଦଶହରା । ଏଥିପାଇଁ ଗାଁରୁ ସହର ଉତ୍ସବ ମୁଖର । ତେବେ ପବିତ୍ର ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜୟାଦଶମୀରେ ନାଗରିକ ସମାଜପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ସହ ଏକ ସୁନ୍ଦର ସମାଜ ଗଢିବା ନେଇ ଆହ୍ୱାନ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଜାରି ହୋଇଥିବା ଶୁଭେଚ୍ଛା ପତ୍ରରେ ସେ କହିଛନ୍ତି ଯେ, ଦେଶବାସୀ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଦଶହରାର ଅନେକ ଅନେକ ଶୁଭେଚ୍ଛା । ବିଜୟାଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ବିଜୟ । ଏହି ଦିନରେ ମହତ୍ତ୍ୱ ରହିଛି । ଏହି ଦିନ ଶ୍ରୀରାମଙ୍କ ଦ୍ୱାରା ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପେ ଧର୍ମର ବିଜୟ ହୋଇଥିଲା ।

ଏହାସହ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତୟ ସଂସ୍କୃତିର ମୂଳ ହେଉଛି ଦାୟିତ୍ୱ ଏହଂ କର୍ତ୍ତବ୍ୟପାଳନ । ଏହି ଅବସରରେ ସମସ୍ତେ ଏକ ସୁନ୍ଦର ସମାଜ ଗଠନରେ ସମସ୍ତେ ଆଗଭର ହେବା ଆବଶ୍ୟକ । ଯାହା ଦ୍ୱାରା ବିକଶିତ ଭାରତ ସମ୍ଭବ ହୋଇପାରିବ । ଏହାସହ ସେସମସ୍ତ ନାଗରିକଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି ।

ସେହିପରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ଲେଖିଛନ୍ତି ଯେ, ବିଜୟାଦଶମୀର ସମସ୍ତଙ୍କୁ ଶୁଭେଚ୍ଛା । ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଏବଂ ଆନନ୍ଦ ଭରିଦେଉ । ସମସ୍ତଙ୍କୁ ଶକ୍ତି ଏବଂ ସଫଳତା ମିଳୁ ବୋଲି ସେ କାମନା କରିଛନ୍ତି ।