ଅହମ୍ମଦାବାଦ: ଟି-୨୦ ବିଶ୍ଵକପ୍ ୨୦୨୬ର ଟାଇଟଲ୍ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ। ପ୍ରଥମ ଦଳ ଭାବେ ତୃତୀୟ ବିଶ୍ଵକପ୍ ଟ୍ରଫି ଜିତି ଇତିହାସ ରଚିଛି ଭାରତୀୟ ଦଳ। ଭାରତୀୟ ଦଳର ବିଜୟରେ ଶୁଭୋଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ୍ସରେ ଲେଖିଛନ୍ତି, ଆଇସିସି ଟି-୨୦ ବିଶ୍ଵକପ୍ ଜିତିବା ନେଇ ଭାରତୀୟ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଦମଦାର ବିଜୟ ଅସାଧାରଣ କୌଶଳ, ଦୃଢ ସଂକଳ୍ପ ଓ ଦଳଗତ କାର୍ଯ୍ୟର ପ୍ରତୀକ। ଦଳ ପୂରା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ସାହାସ ପ୍ରଦର୍ଶନ କରିଛନ୍ତି। ଏହି ବିଜୟରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବ ଓ ଖୁସିରେ ଭରି ଯାଇଛି। ସାବାସ ଟିମ୍ ଇଣ୍ଡିଅ।

​​​​​​​

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ଵକପ୍ ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ ଏକ୍ସରେ ଲେଖିଛନ୍ତି, ପୁଣି ଥରେ ବିଶ୍ଵ ଚାମ୍ପିଅନ। ଆମର ଭାରତୀୟ ଦଳ ପାଇଁ ଏକ ଦମଦାର ବିଜୟ, ଯେଉଁଥିରେ ସଞ୍ଜୁ ସାମସନ ଓ ଯଶପ୍ରୀତ ବୁମରାଙ୍କ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ପ୍ରଶଂନୀୟ। ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଟ୍ରଫି ଜିତିବାର ଅବିସ୍ମରଣୀୟ ମୁହୂର୍ତ୍ତ ପାଇଁ ଅଭିନନ୍ଦନ। ​​​​​​​

​​​​​​​