ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଧେୟକ ଉପରେ ଗୁରୁବାର ସଂସଦରେ ଜୋରଦାର ବିତର୍କ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଧେୟକ ଉପରେ ସମସ୍ତ ବିରୋଧୀ ଦଳକୁ ଏକାଠି ଆସିବାକୁ ଅପିଲ୍ କରିଛନ୍ତି। ଏହି ବିଧେୟକକୁ ରାଜନୀତିର ନିକିତିରେ ନ ତଉଲାଇବାକୁ ପିଏମ ମୋଦୀ ବିରୋଧୀ ଦଳକୁ କହିଛନ୍ତି। ଦେଶର ଅଧା ଜନସଂଖ୍ୟାକୁ ଅଟକାଇବା ଉଚିତ୍ ନୁହେଁ।ସେ କିମ୍ବା ତାଙ୍କ ଦଳ ଏହାର ରାଜନୈତିକ ଶ୍ରେୟ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଦଳକୁ ଅପିଲ କରୁଛି ଯେ, ମିଶିକି ଏହି ବିଧେୟକକୁ ପାରିତ କରାଯାଉ।

ଶ୍ରେୟ ନିଅନ୍ତୁ, ମାତ୍ର ଏହି ବିଲ୍ ପାରିତ କରାନ୍ତୁ

ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ କହିଛନ୍ତି, ଆପଣ ଚାହିଁଲେ ଏହାର ଶ୍ରେୟ ନିଅନ୍ତୁ, ମାତ୍ର ଏହି ବିଲ୍ ପାରିତ କରାନ୍ତୁ। ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ବିରୋଧୀଙ୍କୁ ଆକ୍ଷେପ କରିବା ପରିବର୍ତ୍ତେ ପିଏମ ମୋଦୀ ବିରୋଧୀ ନେତାଙ୍କୁ ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ଆହ୍ଵାନ କରିଛନ୍ତି। ଏହା ସହିତ ଅଫର ଦେଉଥିବା ଦେଖିବାକୁ ମିଳିଛି।

Also Read: ଦଳର ସବୁ ଟିକେଟ ମୁସ୍ଲିମ ମହିଳାଙ୍କୁ ଦେଇ ଦିଅନ୍ତୁ: ସଂସଦରେ ମୁହାଁମୁହିଁ ଅଖିଳେଶ ଓ ଶାହ

ଏହା ସହିତ ପିଏମ ମୋଦୀ ବିରୋଧୀ ଦଳକୁ ବିନମ୍ର ନିବେଦନ କରି କହିଛନ୍ତି, ମୁଁ ଆପଣଙ୍କୁ ବ୍ଲାଙ୍କ ଚେକ୍ ଦେଉଛି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ଶ୍ରେୟ ମିଳିବା ଉଚିତ୍ ତେବେ ସରକାରୀ ଅର୍ଥରେ ଆପଣ ସମସ୍ତଙ୍କ ଫଟୋ ଛାପିବାକୁ ପ୍ରସ୍ତୁତ। ଆପଣ ଯାହା ଯାହାଙ୍କ ଫଟୋ ଦେବେ ଆମେ ସମସ୍ତଙ୍କ ଫଟୋ ସରକାରୀ ଖର୍ଚ୍ଚରେ ଲଗାଇବୁ। ଏହା ବଦଳରେ ଏହି ବିଧେୟକକୁ ସଂସଦରେ ପାରିତ କରିବାରେ ସାହାଯ୍ୟ କରନ୍ତୁ।

ମୋର ଗ୍ୟାରେଣ୍ଟି, ସୀମା ନିର୍ଦ୍ଧାରଣରେ ହେବନି ଭେଦଭାବ

ଏହା ସହିତ ପିଏମ ମୋଦୀ କହିଛନ୍ତି, ସୀମା ନିର୍ଦ୍ଧାରଣରେ କୌଣସି ରାଜ୍ୟ ସହିତ ଭେଦଭାବ ହେବ ନାହିଁ। ଏହି ସମୟରେ ଜଣେ ମହିଳା ସାଂସଦ ଅଟକାଇ କହିଥିଲେ ଯେ, ଏହାର କଣ ଗ୍ୟାରେଣ୍ଟି। ପିଏମ ମୋଦୀ କହିଛନ୍ତି ଏହା ମୋର ଗ୍ୟାରେଣ୍ଟି। ଯଦି ଆପଣ ପ୍ରତିଶ୍ରୁତି ଚାହୁଁଛନ୍ତି ତେବେ ଏହା ମୋର ପ୍ରତିଶ୍ରୁତି, ସୀମା ନିର୍ଦ୍ଧାରଣରେ କୌଣସି ରାଜ୍ୟ ସହ ଭେଦଭାବ ହେବ ନାହିଁ। ଏହି ନିର୍ଣ୍ଣୟ କାହାରି ସହ ଭେଦଭାବ କରିବ ନାହିଁ। ସିଟ୍ ଅନୁପାତ ପୂର୍ବପରି ବଜାୟ ରହିବ।

Also Read: ଚିରାଗଙ୍କ ସହ ରୋମାନ୍ସ ଥିଲେ ଏତେବେଳକୁ ଆମର ସନ୍ତାନ ହୋଇସାରିଥା’ନ୍ତା: କଙ୍ଗନା ରଣାଓ୍ବତ