ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏବଂ ଏଲଜେପି ସୁପ୍ରିମୋ ଚିରାଗ ପାସଓ୍ବାନଙ୍କ ସହ ସମ୍ପର୍କକୁ ନେଇ ଗୁଜବକୁ ଅଗ୍ରାହ୍ୟ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ଏଏନଆଇରେ ଏକ ପଡକାଷ୍ଟରେ ସେ ଏନେଇ ଖୋଲାଖୋଲି ଭାବରେ ମତ ରଖିଛନ୍ତି। କଙ୍ଗନା କହିଛନ୍ତି ‘‘ ମୁଁ ଚିରାଗ ପାସଓ୍ବାନଙ୍କୁ ଗତ ୧୦ ବର୍ଷରୁ ଜାଣିଛି। ଯଦି ଆମ ଭିତରେ ରୋମାନ୍ସ ଥା’ନ୍ତା ତା’ହେଲେ ଏତେବେଳକୁ ଆମର ସନ୍ତାନ ହୋଇସାରନ୍ତାଣି।’’

ରାହୁଲଙ୍କୁ କଲେ କଟାକ୍ଷ

ଏହି ସାକ୍ଷାତକାର ସମୟରେ ସେ ରାହୁଲ ଗାନ୍ଧୀଙ୍କ ବଷୟରେ ମଧ୍ୟ କହିଛନ୍ତି। କଙ୍ଗନା ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ସେଭଳି ମୁକୁଟ ପିନ୍ଧାଇ ପାରିବନି, ଯାହା ପାଇଁ ସେ ଯୋଗ୍ୟ ନୁହଁନ୍ତି। ସେ ପିଏମ ମୋଦୀଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ ଉପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ସମାନତା ଆଧାରରେ। ନିର୍ବାଚନ ଜିତିବା ପାଇଁ ସେ ମହିଳା ଭୋଟରଙ୍କ ଖୁସି ପାଇଁ କାହିଁକି କିଛି ନକରିବେ ?

Also Read: TIME 100: ଦୁନିଆର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା, ରଣବୀର କପୂର ଏବଂ ବିକାଶ ଖନ୍ନାଙ୍କ ଜଲଓ୍ବା...

ଭାଇରାଲ ହେଉଥିବା ଭିଡିଓ

କଙ୍ଗନା ରଣାଓ୍ବତ ଏବଂ ଚିରାଗ ପାସଓ୍ବାନ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପରଠାରୁ ହିଁ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ‘ମିଲେ ନା ମିଲେ ହମ’ ଫିଲ୍ମରେ ଏକାଠି କାମ କରିଥିବା ଦୁଇ କଳାକାର ତଥା ନେତାଙ୍କ ମଧ୍ୟରେ ସଂସଦରେ ହୋଇଥିବା ଏହି ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିକଟରେ କଙ୍ଗନା, ପାସଓ୍ବାନଙ୍କ ସହ ତାଙ୍କ ଭାଇରାଲ ଫଟୋ ବିଷୟରେ ତାଙ୍କୁ ପଚରାଯାଇଥିଲା। ଯାହାକୁ ନେଇ ଅଭିନେତ୍ରୀ ମଜାଦାର ଜବାବ ଦେଇଥିଲେ।

ପୂର୍ବରୁ ବି କହିଥିଲେ ସେ ଜଣେ ଭଲ ବନ୍ଧୁ

ଏହା ପୂର୍ବରୁ ଫିଲ୍ମ ‘ଇମରଜେନ୍ସୀ’ର ରିଲିଜ୍ ପ୍ରସ୍ତୁତି ଉପରେ ଯେତେବେଳେ ତାଙ୍କୁ ଦୁହିଁଙ୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ମଜାଳିଆ ଢଙ୍ଗରେ ଜବାବ ଦେଇଥିଲେ। ସେ କହିଥିଲେ ‘‘ଦୟାକରି ଅନ୍ତତଃ ଆମେ ଦୁଇ ସାଂସଦଙ୍କୁ ଛାଡ଼ିଦିଅନ୍ତୁ। ମୁଁ ଚିରାଗଙ୍କୁ ଅନେକ ଦିନରୁ ଜାଣିଛି। ସେ ଜଣେ ଭଲ ବନ୍ଧୁ। ଲୋକେ କେବଳ ଏଥିପାଇଁ ତାଙ୍କ ପଛରେ ପଡ଼ିଛନ୍ତି କାରଣ ସେ ମତେ ଅନେକ ଥର ହସାଇଛନ୍ତି। ଏବେ ସେ ମତେ ଦେଖିବା ମାତ୍ରେ ରାସ୍ତା ବଦଳାଇଦେଉଛନ୍ତି।’’

Also Read: ରାତାରାତି ୟୁଜର୍ସଙ୍କୁ ଝଟକା ଦେଲା YouTube ! ପ୍ରିମିୟମ୍ ପ୍ଲାନର ରେଟ୍ ବଢାଇଲା, ଜାଣନ୍ତୁ ନୂଆ ମୂଲ୍ୟ କେତେ

କଙ୍ଗନା ରଣାଓ୍ବତ ଏବଂ ଚିରାଗ ପାସଓ୍ବାନ ୨୦୧୧ର ଫିଲ୍ମ ‘ମିଲେ ନା ମିଲେ ହମ’ରେ ଏକାଠି କାମ କରିଥିଲେ। ତନବୀର ଖାନଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ଚିରାଗଙ୍କ ପ୍ରଥମ ଏବଂ ଶେଷ ଫିଲ୍ମ ହୋଇଥିଲା। ଫିଲ୍ମ ଫ୍ଲପ୍‌ ହେବା ପରେ ରାଜନୀତିରେ ଆସିଥିଲେ।