PM Narendra Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ସେ ଶୁକ୍ରବାର ରାତିରେ ଲୋକସଭାରେ କାଟ୍ ଖାଇଥିବା ମହିଳା ସଂରକ୍ଷଣ ସମ୍ବନ୍ଧିତ ସମ୍ବିଧାନ ସଂଶୋନ ବିଧେୟକ ଉପରେ ମତବ୍ୟକ୍ତ କରି ପାରନ୍ତି। ସରକାର ବିନା ଜନସଂଖ୍ୟା ଗଣତିରେ ମହିଳା ସଂରକ୍ଷଣ ବିଧେୟକ ଜରିଆରେ ସୀମା ନିର୍ଦ୍ଧାରଣ କରିବାକୁ ଲକ୍ଷ୍ୟ ରଖିଥିଲେ। ଏହା ଜରିଆରେ ଲୋକସଭା ସିଟ୍ ସଂଖ୍ୟା ବୃଦ୍ଧି କରାଯାଇ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ଲୋକସଭାରେ ଆବଶ୍ୟକ ସମର୍ଥନ ନ ମିଳିବାରୁ ଲୋକସଭାରେ ଏହି ବିଧେୟକ କାଟ୍ ଖାଇଛି। ନିଜର ଭାଷଣ ସମୟରେ ମୋଦୀଙ୍କ ପୂରା ଫୋକସ ଏହା ଉପରେ ରହିପାରେ। ହେଲେ କେଉଁ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଭାଷଣ ଦେବେ ଏହା ଉପରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ।

ପୂର୍ବରୁ ୮ଟାରେ କରି ଆସିଛନ୍ତି ସମ୍ଭୋଧିତ

ଏହା ପୂର୍ବରୁ ମଧ୍ୟ ପିଏମ ମୋଦୀ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆସିଛନ୍ତି। ସର୍ବପ୍ରଥମେ ୨୦୧୬ରେ ପିଏମ ମୋଦୀ ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ନୋଟବନ୍ଦୀ ଘୋଷଣା କରିଥିଲେ। ଏହା ପରେ ଅନେକ ପ୍ରସଙ୍ଗରେ ଠିକ୍ ରାତି ୮ଟାରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ତେବେ ଶନିବାର ଅଚାନକ ଦେଶବାସୀଙ୍କୁ ପିଏମ ମୋଦୀ ସମ୍ବୋଧିତ କରିବାକୁ ଯାଉଛି।

Also Read: ସଂସଦରେ ପରାସ୍ତ, ଏବେ ସଡ଼କରେ ହେବ ସଂଗ୍ରାମ; ବିରୋଧୀଙ୍କୁ କଡ଼ା ଜବାବ ଦେବ ବିଜେପି !

ପିଏମ ମୋଦୀଙ୍କ ଏହି ସମ୍ବୋଧନ ସେହି ସମୟରେ ହେବାକୁ ଯାଉଛି ଯେତେବେଳେ ଲୋକସଭାରେ ସମ୍ବିଧାନରେ ୧୩୧ତମ ସଂଶୋଧନ ବିଧେୟକ ପାରିତ ହୋଇ ପାରିନି। ଏହି ବିଧେୟକ ଜରିଆରେ ଲୋକସଭାରେ ସିଟ୍ ସଂଖ୍ୟା ବଢାଯାଇ ୮୫୦ କରିବା ଏବଂ ୩୩ ପ୍ରତିଶତ ସିଟ୍ ମହିଳାଙ୍କ ସଂରକ୍ଷଣ ରଖିବା ପ୍ରାବଧାନ ଥିଲା

ରାଜନୀତି  ହେବାରୁ ସମର୍ଥନ ଦେଲୁନି

ହେଲେ ବିରୋଧୀଙ୍କ କହିବା କଥା ଅମେ ସମସ୍ତେ ମହିଳା ସଂରକ୍ଷଣ ସମର୍ଥନରେ ଥିଲୁ। ମାତ୍ର ଏଥିରେ ସୀମା ନିର୍ଦ୍ଧାରଣ ଯୋଡ଼ି ଦିଆଗଲା। ଏହା ଦକ୍ଷିଣ ଭାରତୀୟ ରାଜ୍ୟ ସହ ଅନେକ ଅଞ୍ଚଳ ସହ ଅନ୍ୟାୟ ହୋଇଥାନ୍ତା। ବିଧେୟକ ଜରିଆରେ କେନ୍ଦ୍ର ସରକାରଙ୍କ ରାଜନୀତି ଅଧିକ ଥିଲା। ଏହି କାରଣରୁ ଆମେ ଏହି ବିଧେୟକକୁ ବିରୋଧ କରିଛୁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।

Also Read: ସୀମା ପୁନଃନିର୍ଦ୍ଧାରଣକୁ ନେଇ ପ୍ରଶ୍ନ ଉଠାଇଲେ ଶଶି ଥରୁର, କହିଲେ-ହେବନିତ ରାଜନୈତିକ ନୋଟବନ୍ଦୀ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଶୋଧିତ ବିଧେୟକ ଗୃହୀତ ନ ହେବା ନେଇ ଶନିବାର ନିରାଶ ବ୍ୟକ୍ତ କରି ବିରୋଧୀଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକୁ ନିଜର ଏହି ନିଷ୍ପତ୍ତି ପାଇଁ ଜୀବନସାରା ପଶ୍ଚାତାପ କରିବାକୁ ପଡ଼ିବ। ସଂସଦ ଭବନରେ ଆୟୋଜିତ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟିର ବୈଠକ ସମୟରେ ପିଏମ ମୋଦୀ ଏହି ଟିପ୍ପଣୀ କରିଛନ୍ତି।

ମିଳିଲାନି ଦୁଇ ତୃତୀୟାଂଶ ସମର୍ଥନ

ଦୁଇ ଦିନ କ୍ରମାଗତ ଆଲୋଚନା ଓ ବିତର୍କ ପରେ ଶୁକ୍ରବାର ସନ୍ଧ୍ୟାରେ ଲୋକସଭାରେ ସଂଶୋଧିତ ବିଧେୟକ ଉପରେ ମତଦାନ ହୋଇଥିଲା। ବିଧେୟକ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୨୩୦ ଭୋଟ୍। ଭୋଟିଂରେ ୫୨୮ ସାଂସଦ ଭାଗ ନେଇଥିଲେ। ତେବେ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ ଗୃହରେ ବିଧେୟକ କାଟ୍ ଖାଇଛି।