ସୋର ୧୩/୦୨: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଡ୍ରାଇଭର୍ ମୃତ । ଜଣେ ମୃତ ଓ ୧୪ ଗୁରୁତର । ଖନ୍ତପଡ଼ା ଥାନା ଏନ୍ଏଚ୍ ୧୬ ବାହନଗା ବଜାର ଉପରେ ଦୁର୍ଘଟଣା । ଡ୍ରାଇଭର୍ ଆଖି ଲାଗିଯିବାରୁ ବ୍ରିଜ୍ ଉପରକୁ ଚଢ଼ିଗଲା ବସ୍ । ବ୍ରିଜ୍ ତଳକୁ ଖସିପଡ଼ି ବସ୍ ଡ୍ରାଇଭର୍ ମୃତ, ୧୪ ଗୁରୁତର ମେଡିକାଲ୍ରେ ଭର୍ତ୍ତି । ପୋଲ ଉପରେ ଝୁଲି ରହିଛି ଦୁର୍ଘଟଣାଗ୍ରସ୍ତ ବସ୍ । ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗରୁ ଆନ୍ଧ୍ରା ଯାଉଥିଲା ତୀର୍ଥଯାତ୍ରୀ ବସ୍ ।

also read...

ଭୟଙ୍କର ସିରିଜ୍ ଦୁର୍ଘଟଣା, ୫ ଜଣକ ଉପରକୁ କାର୍ ଚଢ଼ାଇଦେଲା ନିଶାସକ୍ତ ଡ୍ରାଇଭର

ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଭୋର ସମୟରେ ପଶ୍ଚିମବଙ୍ଗ ରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ ବସ ଯାଉଥିଲା l ତେବେ ଡ୍ରାଇଭରଙ୍କ ନିଜ ଲାଗିଯିବାରୁ ବ୍ରିଜ ଉପରକୁ ଚଢିଯାଇଥିଲା l ତେଣୁ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିଥିଲେ l ତେଣୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ବସ୍ରେ ୫୦ ଜଣ ଯାତ୍ରୀ ଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି l ଏବେ ବସ ଟି ପୋଲ ଉପରେ ଝୁଲି ରହିଛି l