କଟକ ୧୭।୬: ତିଖିରି ସରପଞ୍ଚ ଚାମେଲି ଓଝା ବିବାଦ ଘଟଣାରେ ହାଇକୋର୍ଟରେ ଦାୟର ହେଲା ମାମଲା । ଏସ୍ଆଇଟି ତଦନ୍ତ ଦାବିରେ ଦାୟର ହେଲା ଜନସ୍ୱାର୍ଥ ମାମଲା । ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ ଦାବି । ବିବାଦ ସମୟର ସିସିଟିଭି ଫୁଟେଜକୁ ସଂରକ୍ଷିତ ରଖିବା, ମେଡିକାଲ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ଆବେଦନ । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଜନସ୍ୱାର୍ଥ ମାମଲା ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ଚାମେଲି । ଚିଠିରେ ଗୋଟି ଗୋଟି କରି ବଖାଣିଲେ ମନର ଦୁଃଖ ଓ ଯନ୍ତ୍ରଣା । ମହାକାଳପଡା ବିଡିଓ ଓ ପୋଲିସ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ । କେବଳ ସେତିକି ନୁହେଁ ମହାକାଳପଡାର କିଛି ଟାଣୁଆ ନେତା ଓ ଜନପ୍ରତିନିଧିଙ୍କ ନାଁ ମଧ୍ୟ ରହିଛି ସେ ଚିଠିରେ । ଏହି ଚଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଠାରୁ ନ୍ୟାୟ ଭିକ୍ଷା କରିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତିଖିରି ସରପଞ୍ଚ ଚାମେଲି ଓଝା । ତାଙ୍କ ପ୍ରତି ହୋଇଥିବା ବର୍ବର ବ୍ୟବହାର ସମ୍ପର୍କରେ ମଧ୍ୟ ସେ ଲେଖିଛନ୍ତି । ତାଙ୍କୁ ମିଛ ମାମଲାରେ ଫସାଇ କିଛି ରାଜନେତା ଗିରଫ କରିଥିବା ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଛି । ଏମିତିକି ନିକଟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଅବସରରେ ଚାମେଲି ତାଙ୍କୁ ଭେଟିବେ ବୋଲି ଯୋଜନା କରିଛନ୍ତି ।

Also Read:- ବିଜେଡି ଛାଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା

ଚାମେଲିଙ୍କୁ ବୁଧବାର ରାଜ୍ୟ ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ ଜିଲ୍ଲା ହସ୍ପିଟାଲରେ ଭେଟିଥିଲେ । ସେ ଚାମେଲିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଏ ନେଇ କମିଶନଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ବୋଲି କମିଶନ ସଦସ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି ।