ଜଳେଶ୍ବର: ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ପିକଅପ ଭ୍ୟାନ। ଅଳ୍ପକେ ବର୍ତ୍ତିଗଲା ପରିବାର। ହେଲେ ଏହା ପରେ ଖୁଣ୍ଡରେ ବାନ୍ଧି ଡ୍ରାଇଭରକୁ ଜୋତାରେ ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଠାରେ।

ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ରାଜଘାଟ ଆଡୁ ଜଳେଶ୍ୱର ଅଂଚଳକୁ ଆସୁଥିବା ଏକ ପିକଅପ ଭ୍ୟାନ ରାଜପୁର ହିରୋ ବାଇକ୍ ଶୋ’ରୁମ ପୂର୍ବରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଚାଳ ଘର ଭିତରକୁ ପଶିଯାଇଥିଲା। ସୌଭାଗ୍ୟବସତଃ ଘର ଭିତରେ ଥିବା ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଯାଇଥିଲେ। କିନ୍ତୁ ସେହି ସମୟରେ ରାସ୍ତାରେ ସ୍କୁଟିରେ ଯାଉଥିବା ଜଣେ ମହିଳା ଆହତ ହୋଇଥିଲେ ।

Also Read: ମାଛ ଚୋରିକୁ ନେଇ ବିବାଦ ; ନାବାଳକଙ୍କୁ ହାଣି ହତ୍ୟା କରିଥିଲେ ୧୮ ଅଭିଯୁକ୍ତ

ଘଟଣା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଡ୍ରାଇଭରକୁ କାବୁ କରିଥିଲେ। ଆଉ ଡ୍ରାଇଭର ଜଣକ ପ୍ରବଳ ମଦ ପିଇଥିବା ଜାଣିବା ପରେ ସେମାନେ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ଚପଲରେ ନିର୍ଧୁମ ଛେଚଥିଲେ। ତେବେ ଖବର ପାଇଁ ଜଳେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର କରି ଥାନାକୁ ନେଇଛି ।