ବଲାଙ୍ଗିର: ପ୍ରବଳ ଗରମ ଯୋଗୁଁ ଅପରାହ୍ନରେ ବାହାରେ ବୁଲିବାକୁ ପସନ୍ଦ କରୁଛନ୍ତି ଲୋକେ। କେହି କେହି ବ୍ରିଜ ଉପରେ ବସି ଖଟି ବି କରନ୍ତି। କିନ୍ତୁ ଏପରି କରୁଥିଲେ ସତର୍କ ରୁହନ୍ତୁ। ବ୍ରିଜ ଉପରେ ବସି ପବନ ଖାଇବା ନିଶାରେ ଆପଣଙ୍କ ଜୀବନ ବି ଯାଇପାରେ। ସେଭଳି ଘଟଣା ସାମନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ବ୍ରିଜ ନିକଟରେ ବସିଥିବା ଯୁବକଙ୍କୁ ଧକ୍କାଦେଇ ଜୀବନ ନେଇଲା କାର। ଘଟଣା ସ୍ଥଳରେ ଦୁଇ ଯୁବକ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଟିଟିଲାଗଡ ଅଞ୍ଚଳରେ।

ଟିଟିଲାଗଡ ସର୍ଗିଗୁଡ଼ା ନିବାସୀ ଭକ୍ତି କୁଂମ୍ଭାରଙ୍କ ପୁଅ ସିବୁ କୁମ୍ଭାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନୀଳ ରଙ୍ଗର ଏରଟିଗା ଗାଡି ଚୋରମରା ବ୍ରିଜ ନିକଟରେ ଉଭୟ ଯୁବକ ବସିଥିବା ବେଳେ ଧକ୍କାଦେଇ ଫେରାର ମାରିଛି। ତେବେ ଉଭୟ ଯୁବକଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଆଣିବା ପରେ ଡାକ୍ତର ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଟିଟିଲାଗଡ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଏକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକ।