ଭୁବନେଶ୍ୱର ୨୮।୦୪ : ରାଜ୍ୟ କଂଗ୍ରେସର ୟୁଟର୍ଣ୍ଣ । ପ୍ରଥମେ ମେଣ୍ଟ ନେଇ ଘୋଷଣା କରାଗଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଠିଲା ହଇଚଇ । କଂଗ୍ରେସ ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ରାଜ୍ୟ ରାଜନୀତି ଉଠିଲା ପଡ଼ିଲା । କଂଗ୍ରେସର ରାଜ୍ୟ ମୁଖିଆ କହିଲେ, ଆମେ ମେଣ୍ଟ ପାଇଁ ଆମେ ପ୍ରସ୍ତୁତ ଅଛୁ । କିନ୍ତୁ ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ । ଏ କଥାକୁ କିଛି ବିତିବା ପରେ ହଠାତ କଂଗ୍ରେସର ମନପରିବର୍ତ୍ତନ ହେଇଗଲା । ଏବେ ପିସିସି ସଭାପତି ଭକ୍ତଚରଣ ଦାସ କହୁଛନ୍ତି କି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏକା ଲଢିବ ।

ସେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । କିନ୍ତୁ ଦଳ ଭିତରେ ମେଣ୍ଟ ପ୍ରସଙ୍ଗ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଛି । ତେଣୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପିସିସି ସଭାପତି ନିଜ ନିଷ୍ପତ୍ତିରୁ ଓହରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନରେ ଏକା ଲଢିବ କଂଗ୍ରେସ । ନିଜ ଦମ୍ରେ ଲଢିବ ବୋଲି ପିସିସି ସଭାପତି କହିଛନ୍ତି । ବିଜେଡି ସହ ଏକା ହୋଇ ଲଢିବନି କଂଗ୍ରେସ ।

Also Read:-Berhampur Businessman Murder : ସୁଧିରଙ୍କ ସ୍ତ୍ରୀଙ୍କୁ କୋଟିଏ ମାଗୁଥିଲା କିଡ୍‌ନାପର, କହୁଥିଲା- ଆମକୁ ୫୦ ଲକ୍ଷ ମିଳିଛି, ତୁମେ ଡବଲ୍ ଦିଅ, ନହେଲେ...

ସେହିପରି ବିଧାନସଭା ନିର୍ବାଚନ ସମୟରେ ଯଦି ଆବଶ୍ୟକ ପଡେ । ତେବେ ହାଇକମାଣ୍ଡ ସହ କଥାବାର୍ତ୍ତାରେ ମେଣ୍ଟ ନେଇ କୌଣସି କଥା ଆଲୋଚନା । ଉଭୟ ଦଳର ସହମତିରେ ମେଣ୍ଟ ହୋଇପାରେ । ତେବେ ଦେଖାଯାଉ କଂଗ୍ରେସ-ବିଜେଡି ମେଣ୍ଟ କେବେ ହେଉଛି ?

Watch Video:-