PBKSvs RR IPL 2026: ମଙ୍ଗଳବାର ଆଇପିଏଲ ୨୦୨୬ ସଂସ୍କରଣର ୪୦ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଉଛି। ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୨୨ ରନ୍ କରିପାରିଛି। ଦଳର ଦୁଇ ବ୍ୟାଟର ପ୍ରଭସିମରନ୍ ସିଂହ ଏବଂ ମାର୍କସ୍ ଷ୍ଟୋଇନିସ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ।

ପଞ୍ଜାବ ବ୍ୟାଟିଂ

ପଞ୍ଜାବ ପାଇଁ ପ୍ରିୟାଂଶ ଆର୍ଯ୍ୟା ଏବଂ ପ୍ରଭସିମରନ୍ ସିଂହ ଇନିଂସ୍ ଓପନ କରିଥିଲେ। ଶେଷ ଓଭରରେ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁ ପଞ୍ଜାବ ୨୦୦ ରନ ଅତିକ୍ରମ କରିଥିଲା। ଶେଷ ତିନି ଓଭରରେ ଦଳ ୫୫ ରନ କରିଥିଲା। ଷ୍ଟୋଇନିସ୍ ୨୦ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ସହ ମ୍ୟାଚରେ ୬୨ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ।

ପ୍ରିୟାଂଶ ଆର୍ଯ୍ୟା ଏବଂ ପ୍ରଭସିମରନ୍ ସିଂହ ଓପନିଂ କରିବାକୁ ଯାଇ ଧମାକାଦାର ଆରମ୍ଭ ଦେଇଥିଲେ। ଦୁହେଁ ମାତ୍ର ୧୭ ବଲ୍ରେ ୩୭ ରନ୍ ଯୋଡ଼ିଥିଲେ। ତଥାପି, ପ୍ରିୟାଂଶ ୧୧ ବଲ୍ରେ ୨୯ ରନ୍ କରି ଆଉଟ୍ ହୋଇଥିଲେ। ପ୍ରଭସିମରନ୍ ୫୯ ରନର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପୂର୍ବରୁ ବି ପ୍ରଭସିମରନ୍ ତାଙ୍କ ଶେଷ ପାଞ୍ଚ ଇନିଂସ୍ରେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଫଳରେ ସେ ସିଜନରେ ମୋଟ ୨୬୬ ରନ୍ ସଂଗ୍ରହ କରିସାରିଛନ୍ତି।

ମାର୍କସ ଷ୍ଟୋଇନସଙ୍କ ବିସ୍ପୋରକ ଇନିଂସ

ଦଳ ପାଇଁ କୁପର କନୋଲି ୩୦ ରନ ଯୋଗଦାନ ଦେଇଥିଲେ ଏବଂ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ସମାନ ସ୍କୋର କରିଥିଲେ। ୱିକେଟ ପତ୍ତନ ପରେ ଗୋଟିଏ ସମୟରେ, ପଞ୍ଜାବ କିଙ୍ଗ୍ସ ପାଇଁ ୨୦୦ ରନରେ ପହଞ୍ଚିବା କଷ୍ଟକର ମନେ ହେଉଥିଲା। ପଞ୍ଜାବ ୧୫ ଓଭରରେ ୧୫୦ ରନ କରିଥିଲା। ପରବର୍ତ୍ତୀ ଦୁଇ ଓଭରରେ କେବଳ ୧୭ ରନ ମିଳିଥିଲା, ଏବଂ ରନ ହାର ମନ୍ଥର ହେବା ଆରମ୍ଭ କରିଥିଲା। ତେଣୁ, ପଞ୍ଜାବ ପାଇଁ ୨୦୦ ରନ ଅତିକ୍ରମ କରିବା କଷ୍ଟକର ମନେ ହେଉଥିଲା।

ତା’ପରେ ମାର୍କସ୍ ଷ୍ଟୋଇନିସ୍ ଚୌକା ଏବଂ ଛକା ବର୍ଷା କରି ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବାକୁ ଏକ ବଡ଼ ଯୋଗଦାନ ଦେଇଥିଲେ। ଷ୍ଟୋଇନିସ୍ ମାତ୍ର ୨୨ ବଲରେ ୬୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଯେଉଁଥିରେ ୪ ଚୌକା ଏବଂ ୬ଟି ଛକା ସାମିଲ ଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିବା ବ୍ରିଜେଶ ଶର୍ମାଙ୍କ ଓଭରରେ ଷ୍ଟୋଇନିସ୍ ଏକା ୨୪ ରନ କରିଥିଲେ।

ଇତିହାସ ରଚିଲେ ଜୋଫ୍ରା ଆର୍ଚର

ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚର ଏବେ ପାୱାରପ୍ଲେରେ ସର୍ବାଧିକ ୱିକେଟ ନେବାରେ କାଗିସୋ ରାବାଡାଙ୍କ ସହ ସମକକ୍ଷ ହୋଇଛନ୍ତି। ଆର୍ଚର ଆଇପିଏଲ ୨୦୨୬ରେ ଏପର୍ଯ୍ୟନ୍ତ ପାୱାରପ୍ଲେରେ ୯ଟି ୱିକେଟ ନେଇଛନ୍ତି। ପ୍ରିୟାଂଶ ଆର୍ଯ୍ୟାଙ୍କୁ ଆଉଟ୍ କରି ଆର୍ଚର ରବାଡାଙ୍କ ରେକର୍ଡର ସମକକ୍ଷ ହୋଇଥିଲେ।