ଚେନ୍ନାଇ: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ ଆଇପିଏଲ ୨୦୨୬ ନିଜର ପ୍ରଭାବଶାଳୀ ଫର୍ମ ଜାରି ରଖିଛନ୍ତି । ଡାହାଣହାତୀ ଦ୍ରୁତ ବୋଲର ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଚାରି ଓଭରରେ ମାତ୍ର ୨୮ ରନ ଦେଇ ତିନୋଟି ୱିକେଟ ନେଇଥିଲେ । ନିଜ ବୋଲିଂରେ ସଞ୍ଜୁ ସାମସନ, କାର୍ତ୍ତିକ ଶର୍ମା ଏବଂ ଋତୁରାଜ ଗାୟକୱାଡଙ୍କୁ ଆଉଟ କରିଥିଲେ । ଏହି ପ୍ରଭାବଶାଳୀ ପ୍ରଦର୍ଶନ ସମୟରେ, କମିନ୍ସ ଟି-୨୦ କ୍ରିକେଟରେ ୨୦୦ ୱିକେଟ ପୂରଣ କରିଛନ୍ତି । ଆଇପିଏଲରେ ପେସ୍ ବୋଲିଂ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି ।

ପ୍ୟାଟ୍ କମିନ୍ସ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡଙ୍କୁ ଆଉଟ୍ କରି ତାଙ୍କର ୨୦୦ତମ ଟି-୨୦ ୱିକେଟ୍ ହାସଲ କରିଥିଲେ । ସେ ୧୭୭ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ । ସେ ତିନି ଥର ଗୋଟିଏ ମ୍ୟାଚରେ ଚାରିଟି ୱିକେଟ୍ ନେଇଛନ୍ତି ।

ଆଇପିଏଲରେ ପେସ୍ ବୋଲିଂ ଅଧିନାୟକଙ୍କ ମଧ୍ୟରେ ପ୍ୟାଟ୍ କମିନ୍ସ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । କମିନ୍ସ ଆଇପିଏଲରେ ୪୧ ୱିକେଟ୍ ନେଇଛନ୍ତି । ଶେନ୍ ୱାର୍ଣ୍ଣଙ୍କ ନାଁରେ ୫୭ ୱିକେଟ୍ ରହିଛି । ଜୀବିତ ଖେଳାଳିଙ୍କ ମଧ୍ୟରେ କମିନ୍ସ ନମ୍ବର ୧ । ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ ୪୦ ୱିକେଟ୍ ନେଇଛନ୍ତି ।

ଚଳିତ IPL ସିଜିନରେ ପ୍ୟାଟ୍ କମିନ୍ସ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ସେ ୬ଟି ମ୍ୟାଚରେ ୮ଟି ୱିକେଟ୍ ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମିନ୍ସଙ୍କ ଇକୋନୋମି ହାର ପ୍ରତି ଓଭରରେ ମାତ୍ର ୮.୧ ରନ୍ । ଏହି ସିଜିନରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୨୮ ରନ ଦେଇ ୩ ୱିକେଟ୍ ।