ନୂଆଦିଲ୍ଲୀ: ଯଦି ଆପଣ ପାସପୋର୍ଟ ବନେଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ଜରୁରି, କାରଣ ପାସପୋର୍ଟ ନିୟମରେ ପରିବର୍ତ୍ତନ ହୋଇଛି। ୧୭ ସେପ୍ଚେମ୍ବର ୨୦୨୬ରେ ଅଧିସୂଚନା ଜାରି ହେବା ସହ ଏହି ନୂଆ ନିୟମ ତତ୍କାଳ ଲାଗୁ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ପାସପୋର୍ଟ ନିୟମରେ ବଦଳିଛି କ’ଣ?

ପିଲାଙ୍କ ପାସପୋର୍ଟ ନିୟମରେ ହୋଇଛି ପରିବର୍ତ୍ତନ
ପିଲାଙ୍କ ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଏବେ ୫ ବର୍ଷରୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାନ୍ୟ ରହିବ। ପୂର୍ବରୁ ଏହି ନିୟମ ୫ ବର୍ଷରୁ ୧୫ ବର୍ଷ ବୟସ ପିଲାଙ୍କ ଲାଗି କାର୍ଯ୍ୟକାରୀ ହେଉଥିଲା। ଏଣୁ ପିଲାଙ୍କ ପାସପୋର୍ଟ ବାରମ୍ବାର ରିନ୍ୟୁ କରିବାର ଝିନଝଟରୁ ଅଭିଭାବକ ଏବେ ମୁକ୍ତି ପାଇବେ

୧୪ ବର୍ଷ ବୟଷ୍କ ପିଲାଙ୍କ କ’ଣ ହେବ?
ଯଦି କେହି ୧୪ ବର୍ଷ ବୟସରେ ପାରପୋର୍ଟ କରୁଛନ୍ତି ତେବେ ଏହା ୫ ବର୍ଷ ପୁରଣ ହେବା ପୂର୍ବରୁ ୧୮ ବର୍ଷ ବୟସରେ ପିଲା ପଦାର୍ପଣ କଲେ ଏକ୍ସପାୟର ହୋଇଯିବ।

ପାସପୋର୍ଟ ଶୁଳ୍କ ବୃଦ୍ଧି
ନାବାଳକଙ୍କ ଲାଗି ସାଧାରଣ ୩୬ ପୃଷ୍ଠାର ପାସପୋର୍ଟ ଲାଗି ପୂର୍ବରୁ ୧୦୦୦ ଟଙ୍କା ଶୁଳ୍କ ପୈଠ କରିବାକୁ ପଡୁଥିଲା। ଏବେ ଏହାକୁ ବଢାଇ ୧,୭୭୫ ଟଙ୍କା କରି ଦିଆଯାଇଛି। ସେହିପରି ନାବାଳକଙ୍କ ଲାଗି ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ କରାଯାଏ ଏଥି ପାଇଁ ୩ହଜାର ଟଙ୍କା ପୈଠ କରିବାକୁ ପଡିବ। ପୂର୍ବରୁ ନାବାଳକଙ୍କ ଲାଗି ତତ୍କାଳ ପାସୋର୍ଟ ଆବେଦନ ସୁବିଧା ନଥିଲା। ସେହିପରି ପ୍ରାପ୍ତ ବୟଷ୍କଙ୍କ ପାଇଁ ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଆବେଦନ କରାଯାଏ ଆଗରୁ ୧,୫୦୦ ଟଙ୍କା ଶୁଳ୍କ ଦେବାକୁ ପଡୁଥିଲା। ହେଲେ ଏବେ ୨,୫୦୦ ଟଙ୍କା କରିଦିଆଯାଇଛି। ସେହିପରି ୬୦ ପୃଷ୍ଠାର ପାସପୋର୍ଟ ପାଇଁପୂର୍ବରୁ ୨୦୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩,୫୦୦ ଟଙ୍କା ପୈଠ କରିବାକୁ ପଡିବ।

ପ୍ରାପ୍ତବୟଷ୍କଙ୍କ ଲାଗି ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ପୂର୍ବରୁ ୩,୫୦୦ ଟଙ୍କା ପୈଠ କରିବାକୁ ପଡୁଥିଲା, ଏହା ଏବେ ୫ ହଜାର ଟଙ୍କା ପଡିବ। ସେହିପରି ୬୦ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ପୂର୍ବରୁ ୪ ହଜାର ଟଙ୍କା ପୈଠ କରାଯାଉଥିବା ବେଳେ ଏବେ ୬ ହଜାର ଟଙ୍କା କରିଦିଆଯାଇଛି ।