ଭଦ୍ରକ ୦୨।୦୪ : ବାଇୟା କଲା ରିଲ୍ସ ନିଶା । ଏମିତି ରିଲ୍ସ ନିଶା ଘାରିଛି ଯେ, ନଦୀକୁ ଡେଇଁବାକୁ ମଧ୍ୟ ପଛେଇଲେନି । ରିଲ୍ସ ପାଇଁ ନଦୀକୁ ଡେଇଁପଡ଼ିଲେ ଦୁଇ ଯୁବକ । ଭଦ୍ରକ ପୁରୁଣା ବଜାର ଥାନା ସନ୍ଥିଆ ବ୍ରିଜ୍ ନିକଟରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

କେନ୍ଦୁଝର ଜିଲ୍ଲାର କେତେକ ଯୁବକ ଭଦ୍ରକରେ ରହି କାମ କରୁଥିଲେ । ହିମାଂଶୁ ଶେଖର ନାୟକ, ମିଥୁନ ନାୟକ ଜଣେ ସାଙ୍ଗ ସହ ସନ୍ଥିଆ ବ୍ରିଜ ଉପରୁ ସାଳନ୍ଦୀ ନଈକୁ ଡେଇଁ ରିଲ୍‌ କରୁଥିଲେ । ଏହି ସମୟରେ ହିମାଂଶୁ ନଈକୁ ଡେଇଁବା ପରେ ମିଥୁନ ନଈକୁ ଡେଇଁଥିଲେ । ପରେ ହିମାଂଶୁ ପହଁରି ଆସିବା ବେଳେ ନିଖୋଜ ହୋଇଯାଇଥିଲେ ମିଥୁନ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ଏହାସହିତ ସୁଟିଂ କରୁଥିବା ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି ।  କିଛି ଘଣ୍ଟାର ସର୍ଚ୍ଚ ଅପରେସରେ ନିଖୋଜ ଥିବା ଯୁବକଙ୍କ ମୃତଦେହକୁ ଠାବ କରିଛି ଅଗ୍ନିଶମ ବାହିନୀ । 

Watch Video:-