ନୀଳଗିରି ୧୬।୮: ପାହାଡ଼ ପାଣିରେ ବୁଡ଼ିଲା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ । ଆଜି ଲଗାଣ ବର୍ଷା କାରଣରୁ ଦେବଗିରି ପାହାଡ଼ରେ ଥିବା ଝରଣା ପାଣି ପ୍ରବଳ ସ୍ରୋତରେ ଆସିଥିଲା । ଫଳରେ ପଞ୍ଚଲିଙ୍ଗେଶ୍ୱର ପୀଠ ବୁଡିବା ସହିତ ପାହଚରେ ମଧ୍ୟ ପାଣି ଜୋରରେ ପ୍ରବାହିତ ହୋଇଥିଲା । ତେବେ ପର୍ଯ୍ୟଟକ ଓ ସାଧାରଣ ଭକ୍ତଙ୍କ ସୁରକ୍ଷା ଦୃଷ୍ଟି ପାଇଁ ଟ୍ରଷ୍ଟବୋର୍ଡ ତରଫରୁ ମୁଖ୍ୟ ଫାଟକରେ ତାଲା ପକାଯାଇଥିବା ଜଣାପଡିଛି ।

Also Read:- DGP ଭାବେ ୱାଇ.ବି. ଖୁରାନିଆଙ୍କ ଶେଷ ଦିନ : ୨ ବର୍ଷର ସଫଳତାର ଦେଲେ ହିସାବ

ଆସନ୍ତାକାଲି ଶ୍ରାବଣମାସ ସୋମବାର ପାଇଁ କାଉଡ଼ିଆ ଜଳାଭିଷେକ କରିବା ପାଇଁ ଆସିବେ । ଯଦି ବର୍ଷା କମିଯାଏ ତାହେଲେ ମୁଖ୍ୟ ଫାଟକରେ ତାଲା ଖୋଲିବା ସହ ଉପରକୁ ଭକ୍ତ ଯାଇ ପାରିବେ । ହେଲେ ଲିଙ୍ଗ ଦର୍ଶନ ବାରଣ କରାଯାଇ ପାରେ ବୋଲି ଜଣାପଡିଛି ।

Watch Video: