ନୂଆଦିଲ୍ଲୀ ୦୪।୧୨; ବିବାହ ସ୍ଥଗିତ ହେବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି କି ପଲାଶ ମୁଚ୍ଛଲ ! ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କ ଶରଣକୁ ଆସିଛନ୍ତି ମ୍ୟୁଜିସିଆନ ପଲାଶ । ମୁହଁରେ ମାସ୍କ ଲଗାଇ ସତ୍ସଙ୍ଗରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନାଙ୍କ ସହ ଗତ ନଭେମ୍ବର ୨୩ରେ ପଲାଶଙ୍କର ବିବାହ ହେବାର ଥିଲା । ହେଲେ ସ୍ମୃତିଙ୍କ ବାପାଙ୍କର ଦେହ ଖରାପ ପରେ ବାହାଘରକୁ ଅନିଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଏହାପରେ ପଲାଶ ସ୍ମୃତିଙ୍କୁ ଧୋକା ଦେଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି । ଗୁଜବ ଓ ସତ ଭିତରେ ଦୁହିଁଙ୍କ ବିବାହ ଅଟକି ଥିବାବେଳେ ପ୍ରେମାନନ୍ଦଙ୍କ ପାଖୁ ଆସିଛନ୍ତି ପଲାଶ ।

ଜଣେ ଏକ୍ସ ୟୁଜର ଗୋଟିଏ ସ୍କ୍ରିନଶଟ୍ ଶେୟାର କରିଛନ୍ତି ଯେଉଁଥିରେ ମୁଚ୍ଛଲ ୨ ଡିସେମ୍ବରରେ ସତସଙ୍ଗରେ ଯୋଗ ଦେଉଥିବାର ଦେଖାଯାଉଛି । ପୋଷ୍ଟରେ ଲେଖାଅଛି, “ପଲାଶ ମୁଚ୍ଛଲ ୨ ଡିସେମ୍ବରରେ ପ୍ରେମାନନ୍ଦ ମହାରାଜଙ୍କ ସତସଙ୍ଗରେ ଯୋଗ ଦେଇଥିଲେ । ସେଥିରେ ଦେଖିବାକୁ ମିଳିଛି କି ପଲାଶ ମାସ୍କ ପିନ୍ଧିଛନ୍ତି । ତାଙ୍କ ହାତର ମେହନ୍ଦି ମଧ୍ୟ ଦେଖିବାକୁ ମିଳିଛି । ଷ୍ଟାର ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଳାଶ ମୁଛଲ ନଭେମ୍ବର ୨୩, ୨୦୨୫ ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ। କିନ୍ତୁ ଭାଗ୍ୟର କିଛି ଅନ୍ୟ ଯୋଜନା ଥିଲା।

ଏହି ହାଇ-ପ୍ରୋଫାଇଲ୍ ବିବାହ ଏବେ ସସପେନ୍ସ ଏବଂ ଗୁଜବର ବିଷୟ ପାଲଟିଛି । ଯେଉଁଦିନ ବାହାଘର ଥିଲା ସେଦିନ ହଠାତ୍ ସ୍ମୃତିଙ୍କ ବାପା ଶ୍ରୀନିବାସଙ୍କର ଦେହ ଖରାପ ହୋଇଥିଲା । ଫଳରେ ବାହାଘର ଅନିଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚି ଯାଇଛି । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରଦିନ ପଳାଶଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଗଲା । ତାଙ୍କୁ ସାଙ୍ଗଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧୁମଧାମରେ ବାହାଘର ପ୍ରସ୍ତୁତି ଚାଲିଥିବାବେଳେ ହଠାତ୍ ଏପରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।