ଲଡ୍ସ: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜଜ ପ୍ରଥମ ମ୍ୟାଚରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ହେଡିଂଲିରେ ଅଗଷ୍ଟ ୧୯ରୁ ଆରମ୍ଭ ହୋଇଥିବା ମ୍ୟାଚ୍ରେ ପାକିସ୍ତାନ ଦୁଇଟି ଇନିଂସରେ ମଧ୍ୟ ଦଳୀୟ ସ୍କୋର୍ ଖାତା ଖୋଲିବା ପୂର୍ବରୁ ପ୍ରଥମ ୱିକେଟ୍ ହରାଇ ଏକ ଅନାବଶ୍ୟକ ରେକର୍ଡରେ ନିଜ ନାଁରେ ଯୋଡ଼ିଛି।

ପାକିସ୍ତାନ ପ୍ରଥମ ଇନିଂସରେ ମାତ୍ର ୧୭୧ ରନରେ ଅଲଆଉଟ୍ ହୋଇଥିଲା। ଇଂଲଣ୍ଡର ଓଲି ରବିନସନ୍ ଓ ଜୋଶ୍ ଟଙ୍ଗ୍ ଘାତକ ବୋଲିଂ କରି ୫ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହାର ଜବାବରେ ଇଂଲଣ୍ଡ ୪୦୯ ରନ୍ କରି ୨୩୮ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା।

ପାକିସ୍ତାନର ଦ୍ୱିତୀୟ ଇନିଂସ ଆରମ୍ଭ ହେବାମାତ୍ରେ ପୁଣି ବିପର୍ଯ୍ୟୟ ଦେଖାଦେଇଥିଲା। ଇମାମ୍-ଉଲ୍-ହକ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହାପରେ ଆଜାନ୍ ଆୱେସ୍ ୯ ରନ୍ କରି ଆଉଟ୍ ହୋଇଥିଲେ। ଫଳରେ ପାକିସ୍ତାନ ୧୩ ରନରେ ଦୁଇଟି ୱିକେଟ୍ ହରାଇଥିଲା।

ଏହା ସହିତ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଦଳୀୟ ସ୍କୋର୍ ଶୂନ ଥିବାବେଳେ ପ୍ରଥମ ୱିକେଟ୍ ହରାଇବାର ଅନାବଶ୍ୟକ ରେକର୍ଡ ପାକିସ୍ତାନର ନାଁରେ ଯୋଡ଼ି ହୋଇଛି। ପ୍ରଥମ ଇନିଂସରେ ମଧ୍ୟ ଆଜାନ୍ ଆୱେସ୍ ପ୍ରଥମ ବଲରେ ଶୂନରେ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ପାକିସ୍ତାନ ପକ୍ଷରୁ ଅବଦୁଲ୍ଲା ଶଫିକ୍ ସର୍ବାଧିକ ୬୧ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟରମାନେ ଇଂଲଣ୍ଡର ପେସ୍ ଆକ୍ରମଣ ସାମ୍ନାରେ ବିଶେଷ ପ୍ରତିରୋଧ କରିପାରିନଥିଲେ।

also read- ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଲା ଇଂଲଣ୍ଡ, ଇନିଂସ ଓ ୧୦୩ ରନରେ ଦେଲା ମାତ୍

ଶେଷରେ ଇଂଲଣ୍ଡର ଘାତକ ବୋଲିଂ ଆଗରେ ପାକିସ୍ତାନର ଦୁଇଟି ଇନିଂସ ଯଥାକ୍ରମେ ୧୭୧ ଓ ୧୩୫ ରନରେ ସୀମିତ ରହିଥିଲା। ଇଂଲଣ୍ଡ ଏହି ଟେଷ୍ଟକୁ ଏକ ଇନିଂସ ଓ ୧୦୩ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଛି। ପାକିସ୍ତାନ ପାଇଁ ଏହି ପରାଜୟ ସହ ତା’ର ବ୍ୟାଟିଂ ଦୁର୍ବଳତା ମଧ୍ୟ ସାମ୍ନାକୁ ଆସିଛି। ବିଶେଷକରି ଇଂଲଣ୍ଡ ମାଟିରେ ଓପନିଂ ଯୋଡ଼ିର ସମସ୍ୟା ଦୀର୍ଘଦିନ ଧରି ରହିଛି।