ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧବିରତି ଯାହାକୁ ଶାନ୍ତି କୁହା ଯାଉଥିଲା ତାହା ଏବେ ସବୁଠୁ ବଡ଼ ମିଛ ସାବ୍ୟସ୍ତ ହୋଇଛି। ଗୋଟିଏପଟେ ସିଜଫାୟାର ଘୋଷଣା ହୋଇଥିବା ବେଳେ ଅନ୍ୟପଟେ ବିସ୍ଫୋରଣ ଜାରି ରହିଛି। ଏଥିରେ ଶୁକ୍ରବାର ହେବାକୁ ଥିବା ଇସ୍ଲାମାବାଦ ମିଟିଂ ଟାଳି ଦିଆଯାଇଛି। ଯୁଦ୍ଧବିରତିରେ ଯେଉଁ ଶାନ୍ତି ଦାବି କରାଯାଇଥିଲା ତାହା ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା। କାରଣ ଇରାନରେ ବିସ୍ଫୋରଣ ହୋଇଥିଲା। ଅଏଲ ରିଫାଇନାରୀକୁ ଟାର୍ଗେଟ୍ କରାଯାଇଥିଲା। ଏହା ପରେ ପରମାଣୁ ପ୍ଲାଣ୍ଟ ଆଖପାଖରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯୁଦ୍ଧବିରତୀ କେବଳ ଏକ ଘୋଷଣା ଥିଲା।

ସବୁଠୁ ବଡ଼ କଥା ହେଉଛି ପାକିସ୍ତାନ ଦାବି କରିଥିଲା ଯେ ଲେବାନନ ମଧ୍ୟ ଏହି ଯୁଦ୍ଧବିରତିର ଅଂଶବିଶେଷ। ତେବେ ଇସ୍ରାଏଲ କହିଛି ଯେ ଲେବାନନ ଏହି ଡିଲରେ ନଥିଲା। ଆମେରିକା ମଧ୍ୟ ଏବେ ଏହି କଥା କହୁଛି। ତେବେ ପାକିସ୍ତାନ ଏତେବଡ଼ ମିଛ କାହିଁକି କହିଥିଲା? ତାହା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି। ଏହି କାରଣରୁ ଇସ୍ଲାମାବାଦରେ ୧୦ ଏପ୍ରିଲ ମିଟିଂକୁ ସ୍ଥଗିତ କରିଦିଆଯାଇଛି। ଯେଉଁ ଡିଲ ଉପରେ ଆଲୋଚନା ହେବାର ଥିଲା ବାସ୍ତବରେ ସେପରି କୌଣସି ଡିଲ ନଥିଲା। ସେପଟେ ଟ୍ରମ୍ପ ଇରାନକୁ ଧମକ ଦେଉଛନ୍ତି ଅନ୍ୟ ପଟେ ନିଜ ଦେଶରେ ଗଣମାଧ୍ୟମ ଉପରେ ଆକ୍ରମଣ କରୁଛନ୍ତି।

ଟ୍ରମ୍ପ ନ୍ୟୁୟର୍କ ଟାଇମ ଓ ଅନ୍ୟ ସମ୍ବାଦ ପରିବେଷଣକାରୀ ସଂସ୍ଥାଙ୍କୁ ଫେକ୍ ଓ ଲୁଜର ବୋଲି କହୁଛନ୍ତି। ଟ୍ରମ୍ପ କୁହୁଛନ୍ତି ଦେଶର ଗଣମାଧ୍ୟମ ମାନେ ଇରାନର ୧୦ ସୂତ୍ରୀ କାର୍ଯ୍ୟକ୍ରମକୁ ପ୍ରସାରଣ କରିଥିଲେ ଓ ଏହା ଦ୍ୱାରା କଥାବାର୍ତ୍ତାକୁ ବଦନାମ କରିବାକୁ ଉଦ୍ୟମ କରାଯାଇଥିଲା। ଟ୍ରମ୍ପ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ବାସ୍ତବ ଏଗ୍ରିମେଣ୍ଟ ନ ହୋଇଛି ଆମେରିକା ସେନା ସେହିଠାରେ ହିଁ ରହିବ। ଅର୍ଥାତ ସବୁ ଜାହାଜ, ବିମାନ ଓ ଅସ୍ତ୍ରଶସ୍ତ୍ର ଇରାନ ଆଖପାଖରେ ରହିବ ଓ ଯଦି ବୁଝାମଣା ନ ହେଲା ଏତେ ଭୟାନକ ଆକ୍ରମଣ କରାଯିବ ଯେ ଯାହା ପୂର୍ବରୁ କେବେ ହୋଇନଥିଲା। ଏହାର ଅର୍ଥ ହେଉଛି ଗୋଟିଏ ପଟେ ସିଜଫାୟାରର କଥା ଅନ୍ୟପଟେ ଯୁଦ୍ଧ ଧମକ। ଏଥିରେ ଏବେ ଜାଣନ୍ତୁ ଜେ.ଡି.ଭେନ୍ସ କଣ କହୁଛନ୍ତି।

ଭେନସ କହିଛନ୍ତି ଇରାନର ସର୍ତ୍ତ ଏପରି ଲାଗୁଛି ଯେପରି ଚାଟ ଜିପିଟିରେ ପ୍ରସ୍ତୁତ କରାଯାଇଛି। ଅର୍ଥାତ ଆମେରିକା ସର୍ତ୍ତକୁ ଗୁରୁତର ସହ ଗ୍ରହଣ କରୁନି ଓ ହ୍ୱାଇଟ ହାଉସ୍ ପ୍ରେସ୍ ସେକ୍ରେଟାରୀ କ୍ୟାରୋଲିନ ସ୍ପଷ୍ଟ କହିଛନ୍ତି ଯେ ଏହି ସର୍ତ୍ତଗୁଡିକ ଏତେ ଗୁରୁତର ନୁହେଁ। ଏହା ଗ୍ରହଣଯୋଗ୍ୟ ନୁହେଁ ଓ ଏହାକୁ ଡଷ୍ଟିବିନକୁ ଫିଙ୍ଗିଦେବା ଦରକାର। ଗୋଟିଏପଟେ ଇରାନ କହୁଛି ଆମେରିକା ଆମର ୧୦ ସର୍ତ୍ତ ମାନିଛି ଅନ୍ୟପଟେ ଆମେରିକା କହୁଛି ଆମେ ଏପରି କିଛି ପ୍ରତିଶ୍ରୁତି ଦେଇ ନାହୁଁ। ଅର୍ଥାତ ଯୁଦ୍ଧବିରାମ ମିଛ କଥା।