ନୂଆଦିଲ୍ଲୀ, ୩୧। ୦୭ : ଚଳିତ ବର୍ଷ ଇସଲାମାବାଦରେ ସାଙ୍ଘାଇ ସହଯୋଗ ସଙ୍ଗଠନ ବା ଏସସିଓ ଶିଖର ସମ୍ମିଳନୀ ଆୟୋଜନ ହେବ । ଏଥିପାଇଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିପାରେ । ଏନେଇ ପାକ୍ ସରକାର ସଙ୍କେତ ଦେଇଛନ୍ତି ।

ପାକ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ଏସସିଓ ପାଇଁ ସମସ୍ତ ସଦସ୍ୟ ଦେଶଙ୍କୁ ସମ୍ମିଳନୀରେ ନିମନ୍ତ୍ରଣ କରାଯିବ । ସମସ୍ତ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ସେନାମୁଖ୍ୟ ଏଥିରେ ସାମିଲ ହେବେ । ଭାରତ ମଧ୍ୟ ଆମନ୍ତ୍ରିତ ଦେଶ ତାଲିକାରେ ରହିବ । ପ୍ରୋଟୋକଲ ଅନୁସାରେ ସମସ୍ତ ଦେଶଙ୍କୁ ନିମନ୍ତ୍ରଣ କରିବା ପାକିସ୍ତାନର ଦାୟିତ୍ୱ ଅଟେ ।

ସୂଚନାଯୋଗ୍ୟ, ୨୦୨୭ରେ ଏସସିଓ ସମ୍ମିଳନୀ ପାକିସ୍ତାନରେ ଆୟୋଜନ କରାଯିବ । ଏହା ଏକ ବହୁଦେଶୀୟ ବୈଠକ । ଯେଉଁଥିରେ ସଦସ୍ୟ ଦେଶଙ୍କୁ ନିମନ୍ତ୍ରଣ କରାଯାଏ । ଏହା ଏକ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ମଞ୍ଚ । ଚୀନ, ଋଷ, ଭାରତ, ପାକିସ୍ତାନ, କାଜାକସ୍ତାନ, କିର୍ଗିସ୍ତାନ, ତାଜାକିସ୍ତାନ, ଉଜବେକିସ୍ତାନ, ଇରାନ, ବେଲାରୁସ ଏହାର ସଦସ୍ୟ ଅଟନ୍ତି ।

Also Read :- ବିଶ୍ୱର ସବୁଠୁ ପ୍ରାଚୀନ ଦେଶର ତାଲିକା ..ଜାଣନ୍ତୁ ଭାରତ କେତେ ପୁରୁଣା ?

୨୦୦୧ ଜୁନ ୧୫ ତାରିଖରେ ବେଜିଂରେ ଏହି ସଙ୍ଗଠନକୁ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ବିଶ୍ୱସ୍ତରରେ ଶାନ୍ତି, ଆର୍ଥିକ ସମୃଦ୍ଧିକ ପ୍ରୋତ୍ସାହନ କରିବା ଅଟେ । ଏଥିରେ ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା କାଉନସିଲ୍ ଅଫ୍ ହେସ୍ ଅଫ୍ ଷ୍ଟେଟର ଅଧ୍ୟକ୍ଷତା ପ୍ରତିବର୍ଷ ବଦଳିଥାଏ । ଦେଶର ନାଁର ପ୍ରଥମ ଅକ୍ଷର ଅନୁସାରେ, ଅଧ୍ୟକ୍ଷତାରେ ପରିବର୍ତ୍ତନ ହୁଏ ।