ଭଦ୍ରକ ୦୧।୦୪ : ଓଡ଼ିଶା ଦିବସ ଅବସରରେ ସାରା ଭଦ୍ରକ ଗାନ କଲା ବନ୍ଦେ ଉତ୍କଳ ଜନନୀ। ଓଡ଼ିଶା ଦିବସ ଅବସରରେ ଓଡ଼ିଆ ପକ୍ଷ ପାଳନ ହେଉଛି । ଏହି ଅବସରରେ ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସଂଗଠନର ୫ ହଜାରରୁ ଅଧିକ ବ୍ୟକ୍ତି ବିଶେଷଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସମସ୍ତେ ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

​​​​​​​

ଓଡିଶା ଦିବସ ପାଳନ ଅବସରରେ ବନ୍ଦେ ଉତ୍କଳ ଜନନୀ ସାମୂହିକ ଗାୟନ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଉତ୍କଳ ମ୍ୟୁଜିକ ଶିକ୍ଷାନୁଷ୍ଠାନ ସହଯୋଗରେ ଅନୁଷ୍ଠିତ ହୋଇଛି। ସାମୂହିକ ଗାୟନ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷାମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, କାନ୍ତକବିଙ୍କ ପରିବାର ସଦସ୍ୟଙ୍କ ସହ ଲୋକପ୍ରତିନିଧିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଭଦ୍ରକ ମାଟିର ବୀର ପୁତ୍ର କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଆମ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ସାମୂହିକ ଗାୟନ ଭଦ୍ରକ ନେହେରୁ ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି। ଭଦ୍ରକ ଜିଲ୍ଲାକୁ ବିଶ୍ୱପ୍ରସିଦ୍ଧ କରିବା ସହ ଏହାର ଗୌରବଗାଥାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଅତିଥି।

Watch Video:-