ଢେଙ୍କାନାଳ ୧।୪: ଗୁରୁତର ଆହତ ହୋଇମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ଯୁବକଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଏପରିକି ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟ ଡାକ୍ତରଖାନା ଆଉଟଡୋର ନିକଟରେ ବସି ରହିଥିଲେ । ଫଳରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା ଓ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିବା ଜଣାପଡିଛି । ଯୁବକଙ୍କୁ ପେଟଜନିତ ଗଭୀର ଆଘାତରୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗତ ରାତିରୁ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବୁଧବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତ ଯୁବକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁର ଗ୍ରାମର ଆଲୋକ ସାମଲ । ଆଲୋକମଙ୍ଗଳବାର ଘର କାନ୍ଥ ଉପରକୁ ଚଢିଥିଲେ । ସେଠାରୁ ତଳକୁ ଡେଇଁପଡିବାରୁ ତଳେଥିବା ପାଇଖାନା ସ୍ଲାବରେ ପଡିଯିବାରୁ ତାଙ୍କ ପେଟମାଡ ହୋଇଥିଲା । ତେବେ ଗତ ରାତିରେ ଆଲୋକଙ୍କ ପେଟ ଯନ୍ତ୍ରଣା ବଢିଯାଇ ଛଟପଟ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ । ମାତ୍ର ଡାକ୍ତର କେବଳ ରାଉଣ୍ଡ ସମୟରେ ଆସିବେ ବୋଲି ଡାକ୍ତରଖାନା କର୍ମଚାରୀ କହିଥିଲେ ।

Also Read:- Odisha Police: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର, ୯୧ ବର୍ଷ ପରେ ଏହି ସମ୍ମାନ

ଫଳରେ ଚିକିତ୍ସା ଅବହେଳାକୁ ନେଇ ତାଙ୍କୁ କଟକ ସ୍ଥାନାନ୍ତରିତ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ଫଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ତଙ୍କ ପୁଅ ଆଲୋକର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଡାକ୍ତର, ମେଡିକାଲକର୍ମଚାରୀ ଓ ତାଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଏହି ଘଟଣାରେ ମୃତ ଆଲୋକଙ୍କ ପରିବାର ଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି ।