ପଟାଙ୍ଗୀ ୧୧।୦୪ : ୬୦ ଫୁଟ ପାହାଡ ତଳକୁ ଖସିଲା OSRTC ଭଲବୋ ବସ୍ । ଜଣେ ମୃତ, ୨୦ରୁ ଅଧିକ ଆହତ । କୋରାପୁଟ ଜିଲ୍ଲା ସୁଙ୍କି ଥାନା ନିକଟରେ ପାହାଡ ତଳକୁ ଖସିଲା ବସ୍ । ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ 

 Also Read:-Weather Update : ଶନିବାରଠୁ ଉପକୂଳରେ ଗୁଳିଗୁଳି, ୧୩ରୁ ପଶ୍ଚିମ ଓଡ଼ିଶାରେ ହିଟ୍ଓ୍ୱେଭ୍

ଖବର ଅନୁଯାୟୀ, ଯାତ୍ରାବାହୀ ବସଟି ଭବାନୀପାଟଣାରୁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାକୁ ଯାଉଥିଲା। ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ବସଟି ସୁଙ୍କି ଥାନା ଅଞ୍ଚଳରେ ଥିବା ପାହାଡ ତଳକୁ ଖସିଯାଇଛି । ଭାରସାମ୍ୟ ହରାଇ ବସ୍‌ଟି ଘାଟି ତଳକୁ ଖସିଯାଇଛି । ଯାହାପରେ ତୁରନ୍ତ ସୁଙ୍କି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ସୁଙ୍କି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ବସ୍ ତଳେ କିଛି ଜଣେ ଯାତ୍ରୀ ଚାପି ହୋଇ ରହିଥିଲେ। ତାଙ୍କ ସହ ଅନ୍ୟ ଆହତ ଯାତ୍ରୀଙ୍କ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ହେଲେ ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତଙ୍କ ଚିକିତ୍ସା ଜାରି ରହିଛି ।