ମାଲକାନଗିରି ୦୭।୦୫ : କେବେ ଦୂର ହେବ ପେଟ୍ରୋଲ ସମସ୍ୟା। ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳରେ ତେଲ ସଙ୍କଟ। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ୍ର ସଙ୍କଟ ଦେଖିବାକୁ ମିଳିଛି। ଗୋଟିଏ ପମ୍ପରେ ସୀମିତ ପରିମାଣରେ ଚାଲିଛି ତେଲ ବଣ୍ଟନ ।

ମାଲକାନଗିରି ଜିଲ୍ଲାରେ ଏବେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇଛି। ଜିଲ୍ଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ନଥିବାରୁ ସାଧାରଣ ଲୋକ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ କେବଳ ଗୋଟିଏ ପେଟ୍ରୋଲ ପମ୍ପରେ ସୀମିତ ପରିମାଣରେ ତେଲ ମିଳୁଥିବା ସୂଚନା ମିଳିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପମ୍ପ କର୍ତ୍ତୃପକ୍ଷ ଗ୍ରାହକମାନଙ୍କ ପାଇଁ ତେଲ ବଣ୍ଟନରେ ସୀମା ନିର୍ଦ୍ଧାରଣ କରିଛନ୍ତି। ପ୍ରତ୍ୟେକ ଗ୍ରାହକଙ୍କୁ ମାତ୍ର ୨୦୦ ଟଙ୍କାର ପେଟ୍ରୋଲ ଓ ୫୦୦ ଟଙ୍କାର ଡିଜେଲ ଦିଆଯାଉଛି। ତେଲ ପାଇଁ ପମ୍ପ ସମ୍ମୁଖରେ ଦୀର୍ଘ ଲାଇନ ଲାଗିଥିବା ବେଳେ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଛି।

Also Read:-ଯାଜପୁର କର୍ମୀଙ୍କ ଯୋଶ୍ ଭରିଲେ ନବୀନ, କହିଲେ- ଜନତାଙ୍କ ପାଇଁ ବୋଝ ପାଲଟିଲାଣି ବିଜେପି, ଲୋକଙ୍କ ଭଲପାଇବା ହିଁ ଆମ ବଳ

ସେହିପରି ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ହଠାତ୍ ଇନ୍ଧନ ସଙ୍କଟ ଯୋଗୁଁ ସାଧାରଣ ଯାତାୟାତ, ବ୍ୟବସାୟ ଓ ଜରୁରୀ ସେବାରେ ବାଧା ସୃଷ୍ଟି ହେଉଛି। ଶୀଘ୍ର ପରିସ୍ଥିତି ସୁଧାରିବାକୁ ପ୍ରଶାସନ ଓ ତେଲ କମ୍ପାନୀମାନଙ୍କୁ ଦାବି କରାଯାଇଛି।

Watch Video:-