ନୂଆଦିଲ୍ଲୀ, ୦୯/୧୨:ବନ୍ଦେ ମାତରମକୁ ନେଇ ସୋମବାର କମ୍ପିଥିଲା ସଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜାତୀୟ ଗୀତ ବାବଦରେ ଆଲୋଚନାରେ ଭାଗ ନେଇଥିଲେ । କିପରି ବନ୍ଦେ ମାତରମ ସ୍ୱାଧନତା ସଂଗ୍ରାମରେ ମୁଖ୍ୟ ଭୂମିକା ଗ୍ରହଣ କରି ଇଂରେଜଙ୍କ ମନରେ ଭୟର ବାତାବରଣ ଖେଳାଇଥିଲେ ତାହା ପ୍ରଧାନମନ୍ତ୍ରୀ ଗୃହରେ କହିଥିଲେ । ତେବେ ଏପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପଶ୍ଚିମବଙ୍ଗ ନିର୍ବାଚନକୁ ନଜରରେ ରଖି ବିଜେପି ବନ୍ଦେ ମାତରମକୁ ବ୍ୟବହାର କରୁଥିବା ସେ କହିଛନ୍ତି ।

ପ୍ରିୟଙ୍କା କହିଛନ୍ତି ଯେ, ଜାତୀୟ ଗୀତକୁ ସମସ୍ତେ ସମ୍ମାନ ଦେଇଥାନ୍ତି । ଏହାକୁ ନେଇ ସଂସଦରେ ବିତର୍କର ଆବଶ୍ୟକତା ନାହିଁ । ସରକାର ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ସରକାର ସ୍ୱାଧନତା ସଂଗ୍ରାମର ନୂଆ କାହାଣୀ ତିଆରି କରୁଛନ୍ତି । ଏପରିକି ଅନେକ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବନ୍ଦେ ମାତରମକୁ ବିତର୍କ ଭାବେ ବ୍ୟବହାର କରାଯାଉଛି । ଦେଶରେ ବେକାରୀ, ଦରଦାମ ବୃଦ୍ଧି ଏବଂ ଅର୍ଥନୈତିକ ସଙ୍କଟ ଚରମ ସୀମାରେ ପହଁଚିଛି ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଦୁର୍ବଳ ହୋଇଗଲାଣି । ରାଜନୈତିକ ଫାଇଦା ପାଇଁ ଜାତୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉ ନାହିଁ । ଅଯଥା ବିବାଦ ସୃଷ୍ଟି ନକରି ଯେଉଁ ସବୁ ପ୍ରସଙ୍ଗ ଜନତାଙ୍କ ସହ ଜଡିତ ତାହା ଉପରେ ଫୋକସ କରିବାକୁ ପ୍ରିୟଙ୍କା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ସଂସଦରେ କଣ କହିଥିଲେ ମୋଦୀ

ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ୧୮୭୫ ନଭେମ୍ୱରରେ ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏହା ଏପରି ନାରା ଯିଏ ସ୍ୱାଧୀନତା ପାଇଁ ଲଢେଇ କରିଥିବା ଅନେକ ପିଢିକୁ ପ୍ରରଣା ଦେଇଥିଲା । ଏବେ ୧୫୦ ବର୍ଷ ପରେ ବନ୍ଦେ ମାତରମ୍ର ଚମକକୁ ଫେରାଇ ଆଣିବାର ଏକ ଭଲ ଅବସର ଅଟେ । ନିକଟ ଅତୀତରେ ସମ୍ୱିଧାନର ୭୫ତମ ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଦେଶ ସର୍ଦ୍ଦାର ବଲ୍ଲଭବାଇ ପଟେଲ୍ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ଦେଶବାସୀ ଗୁରୁ ତେଗ୍ ବାହାଦୁର ଜୀଙ୍କ ୩୫୦ତମ ବଳିଦାନ ଦିବସ ପାଳନ କରୁଛନ୍ତି । ସେହିପରି ଆମେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତିର ସେଲିବ୍ରେସନ କରୁଛୁ । ଏହି ଗୀତକୁ ବଳିଦାନ, ଏକତା ଓ ଦୃଢତାର ମନ୍ତ୍ର । ଏହି ଐତିହ୍ୟ ଆଗାମୀ ପିଢିଙ୍କ ପାଇଁ ଯେପରି ସୁରକ୍ଷିତ ରହିବ ତାହା ସୁନିଶ୍ଚିତ କରାଯିବ ଦରକାର ।

ଏହା ପୂର୍ବରୁ ସେ ବିରାଧୀ ଦଳ ଏବଂ ରାଷ୍ଟ୍ରୀୟ ଗୀତକୁ ନେଇ ମହମ୍ମଦ ଅଲି ଜିନ୍ନାଙ୍କ ଆପତ୍ତି ସମାନ ବୋଲି କହିଥିଲେ । ପିଏମ୍ ମୋଦୀ ଅଭିଯୋଗ କରିଥିଲେ ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ୧୯୩୭ରେ ଜିନ୍ନାର ଅଭିମୁଖ୍ୟକୁ ପାଳନ କରିଥିଲେ । ଏହି ଗୀତ ମୁସଲମାନଙ୍କୁ ଅସନ୍ତୁଷ୍ଟ କରିପାରେ । ଏପରି ଭାବେ ଐତିହ୍ୟ ସହ ସାଲିସ କରାଯାଇଥିଲା ବୋଲି କହିଥିଲେ ମୋଦୀ ।