ଭୁବନେଶ୍ୱର ୦୭।୦୯ : କନ୍ଦାଉଛି ପିଆଜ। ପିଆଜରେ ହାତ ମାରି ହେଉନି। ପାଇକାରୀ ଦର ୬୦ । ଅର୍ଥାତ ହାଟ ବଜାରରେ ପିଆଜ କେଜିକୁ ୬୦ ଟଙ୍କା । କିନ୍ତୁ ଖୁଚୁରା ବଜାରରେ ପିଆଜ ଦର ୭୦ ଛୁଇଁଲାଣି । ସାରା ରାଜ୍ୟରେ ପାଖାପାଖି ସମାନ ଅବସ୍ଥା ।

ବଜାରକୁ ଯେତିକି ଆବଶ୍ୟକ ସେତିକି ପିଆଜ ଆସୁନି। ଗରିବର ପଖାଳ କଂସାରୁ ଗାଏବ ହୋଇଗଲାଣି ପିଆଜ। ଛୁଇଁବା ତ ଦୂର କଥା କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି। ପିଆଜ ପାଇଁ ଓଡ଼ିଶା ସାଧାରଣତଃ ନାସିକ୍ ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରେ । ତେବେ ନାସିକରେ ବର୍ଷା ବନ୍ୟା ସ୍ଥିତି ପାଇଁ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଛି । ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ପିଆଜ ଆସୁନି । ଯେଉଁଠି ଦିନକୁ ୫ ରୁ ୬ ଟ୍ରକ ଆସୁଥିଲା, ବର୍ତ୍ତମାନ ମାତ୍ର ଗୋଟିଏ କି ଦୁଇଟି ଆସୁଛନ୍ତି । ଫଳରେ ଦର ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ । ଆଉ ଯାହାର ସିଧା ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡୁଛି । ମହଙ୍ଗା ମାଡରେ ଅଣନିଶ୍ବାସୀ ଲୋକେ ।

Also Read:-ବିଟ୍ଟୁଙ୍କୁ ମିଳିଲା ବିଦେଶରେ ଚାକିରି ଅଫର: ଏକାକୀ ନଦୀ ସଫା କରି ପାଇଥିଲେ ପ୍ରଶଂସା

ସେପଟେ ପିଆଜ ଆଉ କେତେ ଦିନ ଅଧିକା ରହିବ । ସେନେଇ କାହା ପାଖରେ କୌଣସି ଉତ୍ତର ନାହିଁ । ଦୋକାନୀଙ୍କୁ ପଚାରିଲେ କହୁଛନ୍ତି । ଆଉ ୨ରୁ ତିନି ମାସ ଏହିପରି ଭାବେ ସ୍ଥିତି ଲାଗିରହିବ । ତେଣୁ ସ୍ଥିତି ସୁଧୁରିବାକୁ ସମୟ ଲାଗିବ ।

Watch Video:-