ଆସିକା ୧୧।୬: ରେଲୱେ ଚାକିରି କରେଇ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ I ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ l

ସୂଚନା ଅନୁସାରେ, ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମର ବାଳକୃଷ୍ଣ ପାଳ ନାମକ ଜଣେ ଯୁବକଙ୍କୁ ରେଲୱେ ଲୋକ ପାଇଲେଟ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ l ଯାହାକୁ ନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଆଧାର କରି ଆସିକା ଥାନାର ଦୁଇଟି ଟିମ୍ ଭଦ୍ରକ ପୋଲିସ ସହାୟତାରେ ଅଭିଯୁକ୍ତ ଗଦାଧର ନାଥକୁ ଭଦ୍ରକରୁ ଗିରଫ କରିଛି l

Also Read:- ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଲା ପୋଲିସ, ସୋସିଆଲ ମିଡିଆରେ ଲାଇଭ୍ କରି ନିଜେ ଜଣାଇଲେ

ଗିରଫ ଅଭିଯୁକ୍ତ ଠାରୁ ନିକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ l