ଭୁବନେଶ୍ବର ୧୮।୭: ରଥଯାତ୍ରା ଭିଡ଼ରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ । ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆହତଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ଏହାସହ ବାହୁଡ଼ା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଗୃହ ବିଭାଗ, ଜିଲ୍ଲାପାଳ ଓ SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଆବେଦନକୁ ବିଚାର କରି OHRC ଏହିଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ରଥଯାତ୍ରା ବେଳେ ଅଣନିଃଶ୍ବାସୀ ହୋଇ ଜଣଙ୍କର ଓ ହୃଦଘାତରେ ଜଣଙ୍କର ମୃତ୍ୟୁ ଘଟିଥିଲା ।

Also Read:- ବାପଘରୁ ମହିଳାଙ୍କୁ ଉଠାଇନେଲେ ଯୁବକ : ଦୁଇ ପରିବାର ମାରପିଟ୍, ଭାଙ୍ଗିଲେ କାର୍