ଆଠଗଡ଼ ୧୮।୭: ପରକୀୟା ପ୍ରୀତିରୁ ତୁମୂଳକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । କାର୍ ଭଙ୍ଗାରୁଜା । ଆଠଗଡ଼ ଡାକ୍ତରଖାନା ପରିସରରେ ମାଡ଼ ମରାମରି ହୋଇଛନ୍ତି ଦୁଇ ପରିବାରର ଲୋକେ ।

Also Read:- ସୁରୁଖୁରୁରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି, ସନ୍ଧ୍ୟା ୭ଟା ପରେ ଆଡ଼ପ ବିଜେ

ସୂଆଠଗଡ଼ କନ୍ତୋଲ ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ବାପଘର ଗାଁ ଢେଙ୍କାନାଳ ମାଣିପୁରରୁ ଉଠାଇ ନେଇଥିଲେ ଜଣେ ଯୁବକ । ଏନେଇ ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡିରେ ଲେଖାପଢା ଚାଲିଥିବା ବେଳେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।