ବେକ୍ସିଲିହିଥ୍, ଲଣ୍ଡନ ୧୯।୮: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କ ସାହସ, ଦୃଢତା ଏବଂ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ ପୂର୍ବ ଲଣ୍ଡନର ଏକ ପୁରସ୍କାର ପ୍ରାପ୍ତ ଚିଲିକା ରେସ୍ତୋରାଁ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଛି । ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

କାର୍ଯ୍ୟକ୍ରମରେ ଆଇଆର୍ଇଡିଏର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଦାସଙ୍କ ସମେତ ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଯୋଗ ଦେଇଥିଲେ । ଚିଲିକା ରେସ୍ତୋରାଁ ପ୍ରତିଷ୍ଠାତା ପାର୍ଥ ସାରଥୀ ପଣ୍ଡା ଏବଂ ଶୁଭକାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିର୍ଦ୍ଦେଶିକା ଦେବସ୍ମିତା ମହାପାତ୍ର ସହଯୋଗ କରିଥିଲେ । ଓଡ଼ିଶାର ବ୍ରିଟିଶ୍ ଉଦ୍ୟୋଗୀ, ନିବେଶକ ଏବଂ ଅବସରପ୍ରାପ୍ତ ସାମରିକ ଭେଟେରାନ୍ କ୍ୟାପଟେନ୍ ଅରୁଣ କର ରଣନୈତିକ ସହଯୋଗୀ ଭାବେ ସହାୟତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳର ଜୟେଶ୍ ପରମାର. ତରୁଣ, ରିଜୁଆନ୍ ଅଲତାଫ୍ ଭଟ୍ଟ, ଅର୍ଜୁନ ରାଜେଶ୍ ଗୱାରେ, କୁଲଦୀପ ସିଂ, ୟଶନାଥ ନାଇଡୁ ରାଭୁରି, ବିବେକ କୁମାର, ସୁଦର୍ଶନ ଏଲାଙ୍ଗୋଭାନ୍, ହିଲାଲ୍ ଅହମ୍ମଦ୍ ୱାନି, ସାଇଆକାଶ ସାଇଭାମଣୀ, ରବୀନ୍ଦ୍ର ଗୋପୀନାଥ ସାଚୋ, ଯୋଗେନ୍ଦ୍ର ସିଂହ, ବୃଷାନ୍ତ ସନ୍ଦୀପ ଗଞ୍ଜାଲ୍, ରାଜେଶ୍ ଇରାପ୍ପା କନ୍ନୁର, ମଜିଦ୍ ଅହ ମାଗ୍ରେ ଏବଂ ଶିବ ଶଙ୍କର ଗୁଣ୍ଟିଗାନାପାଲ୍ଲୀ ସୁବାରାପ୍ପା ସମ୍ମାନିତ କରାଯାଇଥିଲା । ଏହାସହ ଦଳର ମୁଖ୍ୟ ପ୍ରଶିକ୍ଷକ ରୋହିତ ଝାଲାନି, ସହକାରୀ ପ୍ରଶିକ୍ଷକ ଦେବଦ , ଫିଲ୍ଡିଂ କୋଚ୍ ରୋହିତ ଶର୍ମା, ଏଚ୍ ଆଣ୍ଡ୍ ସି କୋଚ୍ ରାମସ୍ୱରୂପ ସାଇନି, ସୋସିଆଲ୍ ମିଡିଆ ମ୍ୟାନେଜର୍ ବାସନ ଗିରି, ଫିଜିଓ ମୟଙ୍କ ପୁଷ୍କର, ଟିମ୍ ମ୍ୟାନେଜର୍ ବିନିତ ମଲହୋତ୍ରା ଏବଂ ଲଜିଷ୍ଟିକ୍ ମ୍ୟାନେଜର୍ ଧିରଜ୍ ହାଡେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ପରିଷଦ (ଡିସିସିଆଇ)ର ସୁମିତ ଜୈନ ଓ ବିନିତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ । ଏହି ସମ୍ମାନ ଖେଳାଳିଙ୍କ ମନୋବଳ ବଢାଇବା ସହ ଆଗାମୀ ମ୍ୟାଚ୍ ପାଇଁ ସେମାନଙ୍କୁ ଉତ୍ସାହ ଦେଇଛି । ଏହା ବ୍ରିଟେନ୍ରେ ଥିବା ଭାରତୀୟ ସମୁଦାୟର ଦଳ ପ୍ରତି ଥିବା ସମର୍ଥନ ମଧ୍ୟ ଦର୍ଶାଇଛି ।

ଚିଲିକା ରେସ୍ତୋରାଁ ଓଡ଼ିଆ ଖାଦ୍ୟ ଓ ଭାରତୀୟ ଆତିଥ୍ୟ ପାଇଁ ପରିଚିତ । ରେସ୍ତୋରାଁ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଭିନ୍ନକ୍ଷମ କ୍ରିକେଟ୍ ଦଳକୁ ସମ୍ମାନ ଦେବା ଚିଲିକାର ଏହି ପ୍ରୟାସର ଆଉ ଏକ ଉଦାହରଣ । ସମାରୋହର ମୁଖ୍ୟ ବାର୍ତ୍ତା ଥିଲା ‘ନେସନ୍ ଫାଷ୍ଟ’, ଏହାର ଅର୍ଥ ହେଲା ଦେଶ ଏକତା ଓ ସଫଳତାକୁ ସର୍ବୋପରି ରଖିବା । ସମ୍ପ୍ରତି ଚିଲିକା ରେସ୍ତୋରାଁ ଇଂଲିସ୍ କରି ଆୱାର୍ଡ ୨୦୨୬ର ବେଷ୍ଟ୍ ଅଫ୍ ଲଣ୍ଡନ ରେସ୍ତୋରାଁ ସମ୍ମାନ ହାସଲ କରିଛି । ଏଥିସହ ଲଣ୍ଡନ ବରୋ ଅଫ୍ ବେକ୍ସିଲିହିଥ୍ର ଅତ୍ୟନ୍ତ ପ୍ରଶଂସିତ ରେସ୍ତୋରାଁ ମଧ୍ୟରେ ଏହାକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି ।