ଭୁବନେଶ୍ୱର: ଭକ୍ତଙ୍କ ଡାକ ଶୁଣିଲେ ମହାବାହୁ! ବଡ଼ ବିପଦରୁ ଓଡ଼ିଶାକୁ ରକ୍ଷା କଲେ ଶ୍ରୀଜଗନ୍ନାଥ। ରାଜ୍ୟର ପାଣିପାଗକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD)ର ରିପୋର୍ଟରୁ ମିଳିଛି ବଡ଼ ତଥ୍ୟ। ବଙ୍ଗୋପସାଗରରେ ସୃଷ୍ଟ ସିଷ୍ଟମ ଅଧିକ ଶକ୍ତିଶାଳୀ ହୋଇ ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇଥିଲା। ଆନ୍ଧ୍ର ଉପକୂଳ ଛୁଇଁ ଓଡ଼ିଶାକୁ ପ୍ରବେଶ କରିଥିଲା ଡିପ୍ ଡିପ୍ରେସନ୍। କିନ୍ତୁ ଆନ୍ଧ୍ର ଅପେକ୍ଷା ଓଡ଼ିଶା ପାଇଁ ଥିଲା ଗୁରୁତ୍ୱପୂର୍ଣ୍ଣ। ଖାସ୍ କରି ୨୫ ତାରିଖ ଅର୍ଥାତ ଶୁକ୍ରବାର। ମଧ୍ଯରାତ୍ରରୁ ବଢ଼ିଥିଲା ବର୍ଷା । ତାସାଙ୍ଗକୁ ଭୟଙ୍କର ପବନ।

୨୫ ତାରିଖ ସକାଳ। ଉପକୂଳରୁ ଦକ୍ଷିଣରେ ପ୍ରବଳ ବର୍ଷା। ପୁଣି ଦିନ ତମାମ। ପାଗ ଏମିତି କରିଥିଲା, ଘରୁ ବାହାରିବାକୁ ଭୟ ଲାଗିବ। ତୁହାକୁ ତୁହା ବର୍ଷା। ଧିରେ ଧିରେ ପୁରୀରେ ପବନ ବଢ଼ିବାରେ ଲାଗିଲା। ଆଉ ତାପରେ ବାତ୍ୟା ଭଳି ପବନ। ଯାହା IMD ରିପୋର୍ଟରୁ ସାଂଘାତିକ ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେପୁରୀ ଜିଲ୍ଲାରେ ସର୍ବାଧିକ ପବନରବେଗ ରେକର୍ଡ ହୋଇଥିବା ଜଣାପଡ଼ିଛି। ଶୁକ୍ରବାରପୁରୀରେ ଘଣ୍ଟାପ୍ରତି ୮୯ କିଲୋମିଟର ବେଗରେ ପବନବହିଥିବା ରେକର୍ଡ ହୋଇଛି। ପବନର ଏଭଳି ବେଗ ଯୋଗୁଁ ପୁରୀରେ ବାତ୍ୟା ଭଳି ପରିସ୍ଥିତି ଅନୁଭୂତ ହୋଇଥିଲା। ସବୁଠୁ ବଡ଼ କଥା ହେଲା ଏତେ ଶକ୍ତିଶାଳୀ ପୂନ ସତ୍ୱେ ପୁରୀରେ କୌଣସି କ୍ଷୟକ୍ଷତି ରିପୋର୍ଟ ଆସିନାହିଁ। ଯାହା ଆଶ୍ଚର୍ଯ୍ୟ କରିଛି।

ସେହିପରି ଗଭୀର ଅବପାତ ଦାଉରୁ ବର୍ତ୍ତିନଥିଲା ରାଜ୍ୟ ରାଜଧାନୀ।ଭୁବନେଶ୍ୱରରେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୬୭ କିଲୋମିଟରରେକର୍ଡ ହୋଇଛି। ସେହିପରି ଆନ୍ଧ୍ରପ୍ରଦେଶରକଳିଙ୍ଗପଟ୍ଟନମରେ ୬୧ କିଲୋମିଟରଏବଂଗୋପାଳପୁରରେ ୫୫ କିଲୋମିଟରବେଗରେ ପବନ ରେକର୍ଡ ହୋଇଛି।

ଗଭୀର ଅବପାତ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଚାଲିଯାଇଛି। ଓଡ଼ିଶାରେ ଏହାର କୋପ ଧିରେ ଧିରେ କମୁଛି। ଲ୍ୟାଣ୍ଡଫଲର ପ୍ରାୟ ୪୦ ଘଣ୍ଟା ପରେ ବି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଏହି ସିଷ୍ଟମର ବିଶାଳ ବାଦଲ ଖଣ୍ଡ ଏବଂ ବଙ୍ଗୋପସାଗରରୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁଁ ଏତେ ସମୟ ଧରି ବର୍ଷା ଓ ପବନର ପ୍ରକୋପ ରହିଛି । ଶନିବାର ୮ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପରେ ଉଛୁଳୁଛି ନଦୀ। ଘାରିଛି ବନ୍ୟା ଡର । ଅବପାତ ପ୍ରଭାବରେ ଓଡ଼ିଶାରେ ଚାରି ଦିନ ଧରି ହୋଇଥିବା ନିର୍ଧୁମ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ନଦୀର ଜଳସ୍ତର ଫୁଲି ଉଛୁଳିବାରେ ଲାଗିଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଓ ବଂଶଧାରା ଭଳି ପ୍ରମୁଖ ନଦୀଗୁଡ଼ିକ ବିପଦ ସଙ୍କେତ ଟପିଥିବା କିମ୍ବା ଆଖପାଖରେ ପ୍ରବାହିତ ହେଉଥିବାରୁ ବନ୍ୟା ଆଶଙ୍କା ଘନେଇଛି । କିନ୍ତୁ ବନ୍ୟା ନେଇ ଭୟଭୀତ ନହେବାକୁ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଆଶ୍ୱସ୍ତି ଦେଇଛନ୍ତି। ବଡ଼ ବର୍ଷା ଓ ପବନକୁ ରାଜ୍ୟ ସରକାର ସଫଳତା ସହ ମୁକାବିଲା କରିଛନ୍ତି। ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରଖାଯାଇଶୂନ୍ୟ ମୃତ୍ୟୁହାର (Zero Casualty)ନିଶ୍ଚିତ କରିବାକୁ ସଫଳ ପଦକ୍ଷେପ ନିଆଯାଇଛି।

ବଡ଼ ବିପଦ ଟଳିଯାଇଥିବାରୁ ଲୋକେ ମହାପ୍ରଭୁଙ୍କ କୃପାକୁ ସ୍ମରଣ କରୁଛନ୍ତି। ଭକ୍ତଙ୍କ ବିଶ୍ୱାସ—ବିପଦ ଆସିଥିଲା, କିନ୍ତୁ ମହାବାହୁଙ୍କ ଆଶୀର୍ବାଦରେ ଓଡ଼ିଶା ବଡ଼ ବିପଦରୁ ରକ୍ଷା ପାଇଗଲା।