ଭୁବନେଶ୍ୱର ୧୨।୦୪ : ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନରେ କୁହାଯାଇଛି ।

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ୧୩ ତାରିଖ ମଧ୍ୟ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ରହିପାରେ । ୧୪ ତାରିଖ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ଜାରି ରହିବ । ୧୫ ଓ ୧୬ ତାରିଖରେ ବି ଗରମରୁ ତ୍ରାହି ମିଳିବନି ।

Also Read:-CSK vs DC: ସଞ୍ଜୁଙ୍କ ସେଞ୍ଚୁରୀ ଖୋଲିଲା ଚେନ୍ନାଇ ସୁପର କିଙ୍ଗ୍ସ ଖାତା, ୨୩ ରନ୍‌ରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୩ ଡିଗ୍ରୀ ରହିଥିଲା । ପାରଳାଖେମୁଣ୍ଡିରେ ୩୯, ହୀରାକୁଦରେ ୩୮.୮, ଝାରସୁଗୁଡ଼ାରେ ୩୮.୪, ତାଳଚେର, ନୟାଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରୀ ଥିଲା ।