ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗ୍ (IPL 2026)ର ୧୮ ତମ ମୁକାବିଲା ଶନିବାର ଚେନ୍ନାଇ ସୁପର କିଙ୍ଗସ (CSK) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଛି। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ୨୩ ରନ୍‌ରେ ବିଜୟ ହାସଲ କରିଛି। ଆଉ ଏହି ବିଜୟ ସହ ଦଳ ଚଳିତ ସିଜିନରେ ଲଗାତାର ୩ ମ୍ୟାଚର ପରାଜୟର ଧାରା ଭାଙ୍ଗିଛି। ଏହି ମୁକାବିଲାରେ ସଞ୍ଜୁ ସାମସନ କେବଳ ୫୨ ବଲ୍‌ରେ ସେଞ୍ଚୁରୀ ମାରିଛନ୍ତି । ଏହି ସିଜିନର ପ୍ରଥମ ଶତକ ଏବଂ ସଞ୍ଜୁଙ୍କ କ୍ୟାରିୟର ୪ର୍ଥ ଶତକ।

କେମିତି ଥିଲା ମ୍ୟାଚ୍‌ ?

ଏହି ମୁକାବିଲାରେ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସିଏସକେ ସଞ୍ଜୁ ଏବଂ ମହାତ୍ରେଙ୍କ ପାଳି ସହ ୨୧୨ ରନ୍‌ କରିଥିଲା। ସେହିଭଳି ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮୯ ରନ୍‌ ହିଁ କରିପାରିଛି। ଏହା ଦିଲ୍ଲୀ କ୍ୟାପିଟାଲ୍ସର ଲଗାତାର ଦ୍ବିତୀୟ ପରାଜୟ।

Also Read: CSK vs DC: ସଞ୍ଜୁଙ୍କ ବିସ୍ଫୋରକ ଶତକ, ଦିଲ୍ଲୀକୁ ବିଶାଳ ଟାର୍ଗେଟ୍ ଦେଲା ଚେନ୍ନାଇ ସୁପର କିଙ୍ଗ୍ସ

ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ

୨୧୩ ରନ୍‌ ଜବାବରେ ଉତ୍ତର ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭରୁ ପ୍ରଦର୍ଶନ ଭଲ ରହିଥିଲା। କେ ଏଲ ରାହୁଲ ଏବଂ ନିସଙ୍କା ଆତିଶି ବ୍ୟାଟିଂ କରିଥିଲେ ଏବଂ ୫ ଓଭରରେ ହିଁ ୬୧ ରନ କରିଥିଲା। କିନ୍ତୁ ଏହି ସ୍କୋରରେ କେଏଲ ରାହୁଲ ଓ୍ବିକେଟ ହରାଇଥିଲେ। ପରେ ପଥୁମ ନିସଙ୍କା ମଧ୍ୟ ଆଗାମୀ ଓଭରରେ ଆଉଟ ହୋଇଥିଲେ। ଏହିଠାରୁ ଦିଲ୍ଲୀ କ୍ୟାପିଟାଲ୍ସର ୭ମ ଓଭରର ପ୍ରଥମ ବଲ୍‌ରେ କ୍ୟାପ୍ଟେନ ଅକ୍ଷର ପଟେଲ ୬୬ ରନ୍‌ରେ ଆଉଟ ହେବା ପରେ ଦିଲ୍ଲୀର ଇନିଂସ ପତନ ହୋଇଥିଲା।

ଅବଶ୍ୟ ଏହାପରେ ସମୀର ରିଜଭି, ଡେଭିଡ୍ ମିଲର ଏବଂ ଷ୍ଟବ୍ସଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ମାତ୍ର ମିଲର ମଧ୍ୟ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଶେଷରେ, ଆଶୁତୋଷ ଶର୍ମା ଏବଂ ଷ୍ଟବ୍ସ ଦାୟିତ୍ୱ ନେଇଥିଲେ। ହେଲେ ୧୫ ଓଭର ବେଳକୁ ଆଶୁତୋଷ ୧୯ ରନ୍‌ରେ ଆଉଟ ହୋଇଥିଲେ। ଷ୍ଟବ୍ସ ୬୦ ରନ୍ କରିଥିଲେ ବି ଏହା ଦଳକୁ ବିଜୟୀ କରାଇପାରିନଥିଲା। ଆଉ ଦିଲ୍ଲୀ ୧୮୯ ରନ୍‌ରେ ଅଲଆଉଟ୍ ହୋଇଛି।

CSKର ବ୍ୟାଟିଂ

ପ୍ରଥମେ ବ୍ୟାଟିଂ କରୁଥିବା ସିଏସକେ ସଞ୍ଜୁ ସାମସନ ଏବଂ ଋତୁରାଜ ଗାୟକୱାଡଙ୍କ ସହିତ ଇନିଂସ ଆରମ୍ଭ କରିଥିଲା। ଏହି ମ୍ୟାଚରେ ସଞ୍ଜୁଙ୍କୁ ଆକ୍ରମଣାତ୍ମକ ପ୍ରଦର୍ଶନ ସମସ୍ତଙ୍କୁ ରୋମାଞ୍ଚିତ କରିଥିଲା। ସଞ୍ଜୁ ନିଜ ସ୍ଥିତିକୁ ବଜାୟ ରଖି ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ୬୨ ରନ ଋତୁରାଜ ୱିକେଟ ହରାଇଥିଲେ। ଏହା ପରେ ଆୟୁଷ ମହାତ୍ରେ ମଇଦାନକୁ ଆସିଥିଲେ। ସଞ୍ଜୁ ଓ ଆୟୁଷଙ୍କ ପାର୍ଟନରସିପରେ ସିଏସକେ ୧୦୦ ରନ ଅତିକ୍ରମ କରିଥିଲା।

Also Read: Vaibhav Suryavanshi: ବିରାଟ କୋହଲି ବି ପାଲଟିଲେ ବୈଭବଙ୍କ ପ୍ରଶଂସକ, ମ୍ୟାଚ୍ ପରେ ଦେଲେ ଏହି ସ୍ପେଶାଲ ଗିଫ୍ଟ

ଏହା ପରେ ମାତ୍ର ୫୨ ବଲ୍‌ରେ ସିଜିନ୍‌ର ପ୍ରଥମ ଶତକ ହାସଲ କରିଥିଲେ ସଞ୍ଜୁ। ମହାତ୍ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଏହା ପରେ ମହାତ୍ରେ ରିଟାୟର ଆଉଟ୍ ହୋଇଥିଲେ। ତା’ପରେ ଶିବମ୍ ଦୁବେ ମ୍ୟାଚ ଖେଳିଥିଲେ। ୨୦ ଓଭର ଶେଷ ସୁଦ୍ଧା ସଞ୍ଜୁ ୫୬ ବଲ୍‌ରେ ଅପରାଜିତ ୧୧୫ ରନ୍ କରିଥିଲେ। ଇନିଂସରେ ସଞ୍ଜୁ ୧୫ ଚୌକା ଏବଂ ୪ ଛକା ମାରିଥିଲେ। ଯାହା CSKକୁ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସାହାଯ୍ୟ କରିଥିଲା।

ଏମିତି ଥିଲା ଦୁଇ ଟିମ୍‌ର ପ୍ଲେଇଂ ଇଲେଭେନ

ଚେନ୍ନାଇ ସୁପର କିଙ୍ଗ୍ସ: ସଞ୍ଜୁ ସାମସନ, ଋତୁରାଜ ଗାୟକୱାଡ, ଆୟୁଷ ମହାତ୍ରେ, ସରଫରାଜ ଖାନ, ଶିବମ ଦୁବେ, ଡିୱାଲ୍ଡ ବ୍ରେଭିସ୍, ଜାମି ଓଭରଟନ୍, ନୁର ଅହମ୍ମଦ, ଅନସୁଲ କାମ୍ବୋଜ, ଗୁରୁଜାପନୀତ ସିଂ, ଖାଲିଲ ଅହମ୍ମଦ।

ଦିଲ୍ଲୀ କ୍ୟାପିଟାଲ୍ସ: ପଥୁମ୍ ନିସଙ୍କା, କେ.ଏଲ୍ ରାହୁଲ (ୱିକେଟ୍ କିପର), ସମୀର ରିଜଭି, ଅକ୍ସର ପଟେଲ (ଅଧିନାୟକ), ଡେଭିଡ ମିଲର, ତ୍ରିଷ୍ଟାନ ଷ୍ଟବ୍ସ, ଆକିବ ନାବି ଦାର, ଲୁଙ୍ଗି ଏନଗିଡ଼ି, କୁଲଦୀପ ଯାଦବ, ଟି ନାଟାରାଜନ, ମୁକେଶ କୁମାର।