ଭୁବନେଶ୍ବର ୧୧।୯: ଦୁବାଇରୁ ଆସିବ ବଡ଼ ପୁଞ୍ଜି । ୟୁଏଇ ସହ ନିବେଶ ଭାଗିଦାରୀ ମଜବୁତ କଲା ଓଡ଼ିଶା । ଆସିଲା ୮ ହଜାର ୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୫ଟି ଏମଓୟୁ ଏବଂ ୮ଟି ନିବେଶ ପ୍ରସ୍ତାବ ସହ ୧୪ ହଜାର ୩୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ, ଦୁବାଇରେ ୟୁଏଇ ନେତୃତ୍ୱ, ବିଶ୍ୱସ୍ତରୀୟ ନିବେଶକ, ଶିଳ୍ପ ପ୍ରତିନିଧି ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ସହିତ ଏକାଧିକ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ଓଡ଼ିଶା ଏହାର ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିଛି।

ଓଡ଼ିଶାରେ ନିବେଶ ପାଇଁ UAEର ଭାରତୀୟ ବ୍ୟବସାୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । UAEରେ ଥିବା ଭାରତୀୟ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ସହ ଓଡ଼ିଶାର ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ Indian Business & Professional Council (IBPC) ସହ ଓଡ଼ିଶା ସରକାର ଏକ Memorandum of Cooperation (MoC) ସ୍ୱାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, UAEରେ ଥିବା ଭାରତୀୟ ବ୍ୟବସାୟୀମାନେ UAE ଓ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ଓଡ଼ିଶାର ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ବିଶ୍ୱ ବଜାର, ପ୍ରଯୁକ୍ତି, ଅର୍ଥ ଓ ସପ୍ଲାଏ ଚେନ୍ ସମ୍ପର୍କିତ ଅଭିଜ୍ଞତା ଉପଯୋଗୀ ହେବ ବୋଲି କହିଥିଲେ। ଓଡ଼ିଶାରେ ଆଲୁମିନିୟମ୍, ଇସ୍ପାତ ସହ ଗ୍ରୀନ୍ ଏନର୍ଜି, ଗ୍ରୀନ୍ ହାଇଡ୍ରୋଜେନ୍, ମିନେରାଲ୍ସ, ମାଇନିଂ, ଡାଉନଷ୍ଟ୍ରିମ୍ ଆଲୁମିନିୟମ୍, ରିସାଇକ୍ଲିଂ ଓ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ ବିପୁଳ ନିବେଶ ସୁଯୋଗ ରହିଛି । IBPC ସହ ଏହି ସହଯୋଗ ମାଧ୍ୟମରେ ଦୁବାଇ ଓ ଓଡ଼ିଶା ମଧ୍ୟରେ ଏକ ଦୀର୍ଘସ୍ଥାୟୀ ବ୍ୟବସାୟିକ ସେତୁ ଗଢ଼ିବା ସହ ନିବେଶ, ପ୍ରଯୁକ୍ତି ଓ ବଜାର ସଂଯୋଗକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

Also Read:- BJD ହାଇକୋର୍ଟ ଯିବା ପ୍ରସଙ୍ଗରେ ଅରବିନ୍ଦଙ୍କ ବଡ଼ ବୟାନ, ‘ମୁଁ କୌଣସି ଦଳର ନୁହେଁ, କାଗଜ କଲମରେ ବିଜେଡିରେ ଅଛି’

ଅନ୍ୟପଟେ BMR ଆସୋସିଏସନ୍ ଓ JSW ଗ୍ରୁଫ୍ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଏକ ରାଉଣ୍ଡଟେବୁଲ୍ ଆଲୋଚନା କରିଛନ୍ତି।ଆଲୋଚନାରେ ମେଟାଲ୍ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ-ଆଡେଡ୍ ମାନୁଫାକ୍ଚରିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବିକଶିତ ମେଟାଲ୍ ଓ ମାନୁଫାକ୍ଚରିଂ ଇକୋସିଷ୍ଟମ୍ କୁ ଆଧାର କରି ରିସାଇକ୍ଲିଂ, ସେକେଣ୍ଡାରୀ ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ଓ ପ୍ରଯୁକ୍ତି ସହଯୋଗ ପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ମୋହନ ଚରଣ ମାଝୀ ଦୁବାଇର ଜେବେଲ ଅଲି ସ୍ଥିତ Emirates Global Aluminium (EGA) ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଏହି ଗସ୍ତର ଉଦ୍ଦେଶ୍ୟ ଥିଲା EGAର ଆଧୁନିକ ଆଲୁମିନିୟମ୍ ଉତ୍ପାଦନ ପ୍ରଯୁକ୍ତି ଓ ଶିଳ୍ପ କାର୍ଯ୍ୟପ୍ରଣାଳୀକୁ ବୁଝିବା। ଏହି ଅବସରରେ NALCO–EGA Technology Licence Partnership ଉପରେ ଗୁରୁତ୍ୱ ଦିଆଯାଇଛି। EGAର ପ୍ରଯୁକ୍ତି ଓ ଦକ୍ଷତା ସହ NALCOର ଓଡ଼ିଶାସ୍ଥିତ ଉତ୍ପାଦନ କ୍ଷମତାକୁ ଯୋଡ଼ି ଆଧୁନିକୀକରଣ, କମ୍-କାର୍ବନ୍ ଉତ୍ପାଦନ ଓ ଭାଲ୍ୟୁ-ଆଡେଡ୍ ଆଲୁମିନିୟମ୍ ଉତ୍ପାଦନ ବୃଦ୍ଧି କରିବା ଏହାର ଲକ୍ଷ୍ୟ।