ମେଷ- କର୍ମକ୍ଷେତ୍ରରେ ଉତ୍ସାହ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଟକି ରହିଥିବା କାମ ଆଗକୁ ବଢ଼ାଇବାର ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା କରିବେ ହେଲେ ଆର୍ଥିକ ଦିଗକୁ ଭଲଭାବେ ବିଚାର କରନ୍ତୁ। ପରିବାରରେ ଛୋଟ କଥାକୁ ନେଇ ଉତ୍ତେଜିତ ହୁଅନ୍ତୁ ନାହିଁ। ଅଧିକ ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବୃଷ- ଆର୍ଥିକ କାରବାରରେ ସତର୍କ ରହିବା ଆବଶ୍ୟକ। ପୂର୍ବରୁ କରିଥିବା ପରିଶ୍ରମରୁ ଧୀରେ ଧୀରେ ଲାଭ ମିଳିପାରେ। ଚାକିରିରେ ନିଜ ଦାୟିତ୍ୱକୁ ଠିକ୍ ଭାବରେ ତୁଲାଇଲେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ପାଇପାରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ଆଲୋଚନା କରି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ମିଥୁନ- କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଗ୍ରାହକଙ୍କ ସହ ଭଲ ସମ୍ପର୍କ ରଖିଲେ ଆଗକୁ ଲାଭ ମିଳିପାରେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହୋଇପାରେ। କଥାବାର୍ତ୍ତା ସମୟରେ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ କଥାରେ ପଡ଼ି ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ- ଘରୋଇ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଚାକିରିରେ ଧୈର୍ଯ୍ୟର ସହ କାମ କଲେ ଭଲ ପରିଣାମ ମିଳିବ। ବ୍ୟବସାୟରେ ନୂଆ ନିବେଶ କରିବା ପୂର୍ବରୁ ଲାଭକ୍ଷତି ବିଚାର କରନ୍ତୁ। ପରିବାରରେ ଆପୋସ ବୁଝାମଣା ରଖିବା ଜରୁରୀ। ନିଜ ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ- ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିପାରେ। ଅଧିକାରୀଙ୍କ ସହ ଆଲୋଚନା ସମୟରେ ନିଜ ମତ ସ୍ପଷ୍ଟ ଭାବରେ ରଖନ୍ତୁ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିପାରେ। ଅଯଥା ଖର୍ଚ୍ଚ ଓ ଅହଙ୍କାରଜନିତ ବିବାଦରୁ ଦୂରେଇ ରୁହନ୍ତୁ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଲେ ଆଗକୁ ବଢ଼ିପାରିବେ।

କନ୍ୟା- ଯୋଜନାବଦ୍ଧ ଭାବରେ କାମ କଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଚାକିରିରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ହିସାବପତ୍ର ଓ ଆର୍ଥିକ କାରବାରରେ ଭୁଲ୍ ନକରିବାକୁ ସତର୍କ ରୁହନ୍ତୁ। ପରିବାରରେ ଆବଶ୍ୟକ କାମ ପାଇଁ ଖର୍ଚ୍ଚ ବଢ଼ିପାରେ। ଅନ୍ୟମାନଙ୍କ ସମସ୍ୟାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ।

ତୁଳା- ନୂଆ କାମ ଆରମ୍ଭ କରିବା ପୂର୍ବରୁ ସମସ୍ତ ଦିଗକୁ ବିଚାର କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ବ୍ୟବସାୟରେ ଲାଭ ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ପରସ୍ପରର ମତାମତକୁ ସମ୍ମାନ ଦିଅନ୍ତୁ। ଅଟକିଥିବା ଟଙ୍କା ଫେରି ପାଇବା ପାଇଁ ଉଦ୍ୟମ କରିପାରନ୍ତି।

ବିଛା- କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଓ ଏକାଗ୍ରତା ରଖିବା ଜରୁରୀ। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆର୍ଥିକ ଦଲିଲକୁ ଭଲଭାବେ ଯାଞ୍ଚ କରନ୍ତୁ। ବ୍ୟବସାୟରେ ନୂଆ ସୁଯୋଗ ମିଳିଲେ ତାହାର ସମ୍ଭାବନା ଅନୁଧ୍ୟାନ କରନ୍ତୁ। ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍ ବୁଝାମଣାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ନିଜ କାମକୁ ଗୋପନୀୟ ରଖିବା ସହ ଠିକ୍ ସମୟରେ ପଦକ୍ଷେପ ନିଅନ୍ତୁ।

ଧନୁ- ନିଜର ଦକ୍ଷତା ବଢ଼ାଇବା ପାଇଁ ନୂଆ କିଛି ଶିଖିବାର ସୁଯୋଗ ମିଳିପାରେ। ଚାକିରିରେ ଅଧିକ ଦାୟିତ୍ୱ ଆସିପାରେ। ବ୍ୟବସାୟରେ ଯୋଜନା ଅନୁସାରେ ଆଗକୁ ବଢ଼ନ୍ତୁ ଓ ଅନାବଶ୍ୟକ ଋଣ କରନ୍ତୁ ନାହିଁ। ବନ୍ଧୁ ବା ଆତ୍ମୀୟଙ୍କ ସହ ଆଲୋଚନାରୁ ଉପଯୋଗୀ ପରାମର୍ଶ ମିଳିପାରେ। ଦୂରଯାତ୍ରା କରିବାକୁ ହେଲେ ଆଗୁଆ ପ୍ରସ୍ତୁତି ରଖନ୍ତୁ।

ମକର- ଆର୍ଥିକ ଯୋଜନାକୁ ଗୁରୁତ୍ୱ ଦେବା ଆବଶ୍ୟକ। କର୍ମକ୍ଷେତ୍ରରେ ନିଜର ଦାୟିତ୍ୱ ଠିକ୍ ସମୟରେ ସମ୍ପନ୍ନ କରିବାକୁ ଚେଷ୍ଟା କରନ୍ତୁ। ପୁରୁଣା କାମରୁ ଲାଭ ମିଳିବାର ସମ୍ଭାବନା ରହିଛି। ଘରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଉପଯୋଗୀ ହୋଇପାରେ। ମାନସିକ ଚାପ ବଢ଼ିବାକୁ ନଦେଇ କାମ ଓ ବିଶ୍ରାମ ମଧ୍ୟରେ ସନ୍ତୁଳନ ରଖନ୍ତୁ।

କୁମ୍ଭ- ନିଜର ନୂଆ ଚିନ୍ତାଧାରାକୁ କାମରେ ଲଗାଇବାର ସୁଯୋଗ ମିଳିପାରେ। ବ୍ୟବସାୟରେ ଗ୍ରାହକଙ୍କ ସହ ସମ୍ପର୍କ ମଜବୁତ କରିବା ଉପରେ ଧ୍ୟାନ ଦିଅନ୍ତୁ। ଆୟ ବଢ଼ାଇବା ସହ ଧନ ସଞ୍ଚୟ ପାଇଁ ମଧ୍ୟ ଯୋଜନା କରନ୍ତୁ। ଅନ୍ୟମାନଙ୍କ ସହ ମତଭେଦ ହେଲେ ଶାନ୍ତ ଭାବରେ ସମାଧାନ କରନ୍ତୁ। ନୂଆ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନିଜ ସାମର୍ଥ୍ୟକୁ ବିଚାର କରନ୍ତୁ।

ମୀନ- କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ଅଗ୍ରଗତି ହୋଇପାରେ। ଆର୍ଥିକ କାରବାରରେ ସତର୍କ ରହିଲେ ଅନାବଶ୍ୟକ କ୍ଷତିକୁ ଏଡ଼ାଇ ପାରିବେ। ପରିବାରରେ ନିଜ କଥା ଅପେକ୍ଷା ଅନ୍ୟମାନଙ୍କ ମତକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ନୂଆ କାମ ପାଇଁ ପ୍ରସ୍ତୁତି କରିବା ସହ ପୁରୁଣା ଅଧୁରା କାମକୁ ସମ୍ପନ୍ନ କରନ୍ତୁ। ମନକୁ ଶାନ୍ତ ରଖି ନିଷ୍ପତ୍ତି ନେଲେ ଭଲ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682