ଭୁବନେଶ୍ଵର: ବିଜେଡିକୁ ଅସ୍ଥିର କରିବା ପାଇଁ ତଥା ବିଜେଡିକୁ ଦୁର୍ବଳ କରିବା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଟେଣ୍ଡର ଦେଇଛି ବିଜେପି । ଏହାସହ ରବି ଜେନା ଏବଂ ସୌଭିକ ବିଶ୍ୱାଳ ପ୍ରମୁଖଙ୍କୁ ମଧ୍ୟ ଏଥିପାଇଁ ଟେଣ୍ଡର ଦିଆଯାଇଛି । ବିଜୟ ମହାପାତ୍ର ଏହାକୁ ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ବିଜେଡିକୁ ଭାଙ୍ଗିବା ପାଇଁ ୩ ମାସ ତଳୁ ଯୋଜନା ହେଉଥିଲା । ପ୍ରଭାତ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀ ଦୁଇଜଣ ଏଥିରେ ସମ୍ପୃକ୍ତ ଥିଲେ। ବିଜେଡି କାହାର ପୈତୃକ ସମ୍ପତି ନୁହେଁ, ଏହା ଓଡ଼ିଆ ଲୋକଙ୍କ ଦଳ । ଏହାକୁ ଭାଙ୍ଗିବା ଅସମ୍ଭବ ବୋଲି କହିଛି ବିଜେଡି ।

ବାଚାଳାମି କରୁଛନ୍ତି ପ୍ରଭାତ ବିଶ୍ୱାଳ

ବିଜେପିର ଏହି ଟେଣ୍ଡରକୁ ନେଇ ବର୍ତ୍ତମାନ ବାଚାଳାମି କରୁଛନ୍ତି ପ୍ରଭାତ ବିଶ୍ୱାଳ । ପ୍ରଭାତ ବିଶ୍ୱାଳଙ୍କ ବିବୃତ୍ତି କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ତାଙ୍କର ମାନସିକ ସ୍ଥିତି ଠିକ୍ ନାହିଁ ଭଳି ଦେଖାଯାଉଛି । ସାଧୁ ରୂପରେ ସେ ଛଳନା କରି ବିଜେଡି ପାଇଁ କ୍ଷତି କରିବା ପାଇଁ ଚେଷ୍ଟା କରୁଛନ୍ତି। ଯିଏ ସନ୍ୟାସୀ ନେଇଯାଇଛି ବୋଲି କହିଛନ୍ତି, ସେଠାରେ ବିଜେଡିର ଆନ୍ତରିକ ବ୍ୟାପାର ଉପରେ ମନ୍ତବ୍ୟ ରଖିବା ଆଦୌ ଗ୍ରହଣୀୟ ନୁହେଁ । ସମାଜକୁ ଅସ୍ଥିର କରିବା ପାଇଁ କାହାକୁ ସ୍ୱାଧୀନତା ନାହିଁ । ଅତ୍ୟନ୍ତ ଚାପରେ ଅଛନ୍ତି ପ୍ରଭାତ ବିଶ୍ୱାଳ ବୋଲି କହିଛି ବିଜେଡି ।

Also Read: ନବୀନଙ୍କ ବଡ଼ ଆକ୍ସନ, କ୍ରସ ଭୋଟିଂ କରିଥିବା ୬ ବିଧାୟକ ସସପେଣ୍ଡ

୪ ହଜାର କୋଟି ଟଙ୍କାର ଟ୍ରଷ୍ଟ

ବିଜେଡିର ୪ ହଜାର କୋଟି ଟଙ୍କାର ଟ୍ରଷ୍ଟ ଫଣ୍ଡକୁ ପାଣ୍ଡିଆନ ଓ ସଂନ୍ତୃପ୍ତ ମିଶ୍ର ନେଇଗଲେ ବୋଲି କହିଥିଲେ ପ୍ରଭାତ ବିଶ୍ୱାଳ । ଏହାକୁ ନେଇ ପୂର୍ବରୁ ନବୀନ ବାବୁ ସ୍ପଷ୍ଟତା ରଖିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ଫଣ୍ଡ ବୋଲି ନବୀନ କହିଥିଲେ । ଲୋକଙ୍କ ଉନ୍ନତି ପାଇଁ ତଥା ସମାଜର ପ୍ରତ୍ୟେକ ଲୋକଙ୍କ ମଙ୍ଗଳ ପାଇଁ ଏହି କାର୍ଯ୍ୟ ଥିଲା ବୋଲି କହିଛି ବିଜେଡି । ଏହା ତାଙ୍କର ନିଜସ୍ୱ ବ୍ୟାପାର, ଏହାକୁ ନେଇ ପ୍ରଶ୍ନ କରିବାକୁ ପ୍ରଭାତ ବିଶ୍ୱାଳ କିଏ ବୋଲି ପ୍ରଶ୍ନ କରୁଛି ବିଜେଡି ।

ନବୀନ ବାବୁ କିଛି ଜାଣିନାହାନ୍ତି ବୋଲି ପ୍ରଭାତ ବିଶ୍ୱାଳ କହିବା, କେବଳ ନବୀନ ବାବୁଙ୍କ ଉପରେ ନୁହେଁ ବରଂ ସମସ୍ତ ଓଡ଼ିଶା ବାସୀଙ୍କ ଉପରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି କହିଛି ବିଜେଡି । ପ୍ରଭାତ ବିଶ୍ୱାଳଙ୍କ ଏଭଳି କାର୍ଯ୍ୟ ତାଙ୍କର ରାଜନୈତିକ ଅପାରଗତା ଓ ବାଚାଳାମିକୁ ପ୍ରକାଶ କରୁଛି ।

Also Read: ଆଗକୁ ସ୍ଥିତି ହେବ ଭୟଙ୍କର, କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଲା ବିଜେଡି