ଲଣ୍ଡନ: ବ୍ରିଟେନର ପ୍ରିନ୍ସ ୱିଲିୟମ ଭାରତର ୭ଟି ରାଜ୍ୟରେ କାର୍ଯ୍ୟରତ ୧୦ ହଜାର ଅସ୍ଥାୟୀ ବନ୍ୟଜୀବ ରକ୍ଷକଙ୍କ ଲାଗି ୫ ବର୍ଷିଆ ବ୍ୟକ୍ତିଗତ ଦୁର୍ଘଟଣା ବୀମା କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ନିୟୋଜିତ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମ ପ୍ରିନ୍ସ ୱିଲିୟମଙ୍କ ସଂରକ୍ଷଣ ପଦକ୍ଷେପ ୟୁନାଇଟେଡ ଫର ୱାଇଲ୍ଡ ଲାଇଫ ଦ୍ୱାରା ଭାଲ୍ୟୁ ଆର୍ଥ କଞ୍ଜର୍ଭେସନ, wwf-ଇଣ୍ଡିଆ, ୱାଇଲ୍ଡଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ,ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି।

ଏକ ଭିଡିଓ ବାର୍ତ୍ତାରେ ପ୍ରିନ୍ସ ୱିଲିୟମ କହିଛନ୍ତି ଯେ ଭାରତରେ ବନ୍ୟପ୍ରାଣୀ ସୁରକ୍ଷାକାରୀମାନେ କଠିନ ପରିସ୍ଥିତିରେ ଦିନରାତି କାମ କରନ୍ତି ଏବଂ ଅନେକ ବିପଦର ସମ୍ମୁଖୀନ ହୁଅନ୍ତି। ସେ କହିଛନ୍ତି ଯେ ପ୍ରଥମ ଥର ୧୦,୦୦୦ ସୁରକ୍ଷାକାରୀଙ୍କୁ ଦୁର୍ଘଟଣା ବୀମା କଭରେଜ ମିଳିବ। ସେ ବାଘ ସଂଖ୍ୟା ବୃଦ୍ଧି, ଏକ-ଶୃଙ୍ଗ ଗଣ୍ଡା ସଂରକ୍ଷଣ ପାଇଁ ବନ୍ୟପ୍ରାଣୀ ସୁରକ୍ଷାକାରୀଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଏହା ପୂର୍ବରୁ ପ୍ରିନ୍ସ ୱିଲିୟମ ଓ ତାଙ୍କ ପତ୍ନୀ କେଟ୍ ମିଡିଲଟନ୍ ଭାରତରେ ଷଷ୍ଠ ଅର୍ଥନୀତି ପୁରସ୍କାର ବିତରଣୀ ସମାରୋହରେ ଯୋଗ ଦେଇଥିଲେ। ଏଥି ପାଇଁ ସେମାନଙ୍କ ୩ ଦିନିଆ ଗସ୍ତ କାଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି।