ଭୁବନେଶ୍ୱର: ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତିରେ ଅଧରେ ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ଡ। ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇ କଲେ ହଙ୍ଗାମା। ଘର ଲୋକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନିଲମ୍ବିତ ନେତାଙ୍କ ହଙ୍ଗାମା ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରତାପ ଜେନା । ସେପଟେ ଘଟଣା ନେଇ ବର୍ଷିଛି ବିଜେଡି ।

କ୍ଷୋଭ ଝାଡିଲା ବିଜେଡି:

ସାମ୍ବାଦିକ ସମ୍ମିଳନୀରେ ବିଜେଡି ସଭାପତି ଜାହିର କରିଛନ୍ତି ନିଜର କ୍ଷୋଭ । ସେ କହିଛନ୍ତି ସମ୍ପୃକ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରିବ ବିଜେଡି । କାରଣ ବିଧାନସଭା ଚାଲିଛି ହାଇ ସିକ୍ୟୁରିଟି ଜୋନ ଯେଉଁଠି VIP ରହୁଛନ୍ତି ।

also read...ରାଜଧାନୀରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଲାଣି, ପୂର୍ବତନ ମନ୍ତ୍ରୀ ହୋଇ ବି ମୋ ଘର ଉପରେ ଆଟାକ ହେଉଛି :-ପ୍ରତାପ ଜେନା

ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ କିଛି ଦୂରରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ପରିବାର ରହୁଥିବା ଜାଗାରେ ପ୍ରଥଭ୍ରଷ୍ଟ ଅସାମାଜିକ ଯୁବକ ମାନେ ବାସଭବନରେ ପଶି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ବ୍ଲାଙ୍କ୍ ଫାଇରିଂ କରିଛନ୍ତି । କୌଣସି ପେଟ୍ରୋଲିଂ ନଥିଲା । ରାଜ୍ୟସଭା ନିର୍ବାଚନରେ କିଛି ଟଙ୍କା ପାଇଁ ବାଙ୍କୀ ବାସୀଙ୍କୁ ବିକି ଦେଇ କ୍ରସ ଭୋଟିଂ କରିଥିବା ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀଙ୍କ ପିଲା ନା ବିଜେପି ପିଲା ଏହି କାଣ୍ଡ ଘଟାଇଛନ୍ତି । ସେ ପିଲାମାନେ କଥା ହେଉଥିଲେ ବାରମ୍ୱାର ବିଜୁ ଲିଗାସୀ କଥା । ସେମାନେ ବୋଧହୁଏ ଜାଣିନାହାଁନ୍ତି ବିଜୁ ଲିଗାସୀ କଣ? ଏଭଳି କାଣ୍ଡ କରିଥିବା ପିଲାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପୋଲିସ ନେଉ । ବିଜେପି ଯେଉଁଭଳି ଘୋଡା ବେପାର କଲା ପରେ କ୍ରିମିନାଲ ବାତାବରଣ କରିବାକୁ ଚେଷ୍ଟା କରୁଛି ।

ଯଦି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବିଜେଡି । ଏମାନେ ସବୁ ସମାଜରେ ନିନ୍ଦିତ, ଲୋକେ ବି ଛି ଛି କଲେଣି । ଏବେ ସବୁ କିଛି ପଦାରେ ପଡିଯାଇଛି । ନିଜ ସ୍ୱାର୍ଥ ପାଇଁ ବାଙ୍କୀବାସୀଙ୍କ ସହ ଛଳନା କରିଛନ୍ତି । ଲୋକଙ୍କ ଦ୍ୱାରା ନିନ୍ଦିତ ହେଉଛନ୍ତି । ଏଥିରୁ ନିବୃତ ରୁହନ୍ତୁ ନହେଲେ ପରିସ୍ଥିତି ଭାୟାବହ ହେବ ବୋଲି କହିଛନ୍ତି ବିଜେଡି ସଭାପତି ଚିନ୍ମୟ ସାହୁ ।

ବର୍ଷିଲେ ବିଜେଡି ସଭାନେତ୍ରୀ:

ସେହିଭଳି ସମାନ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ । ସେ କହିଛନ୍ତି ଡବଲ ମୂଲ ମିଳିଛି ସେଥିରୁ ଛିଞ୍ଚନ କରୁଛନ୍ତି । ପ୍ରତାପ ଜେନାଙ୍କ ଘରେ ଦେବୀ ତ୍ରିପାଠୀଙ୍କ ନାମ କହି ଯେଉଁମାନେ ଏଭଳି କାଣ୍ଡ କଲେ ଏବେ ଦେବୀ ତ୍ରିପାଠୀ ସାମ୍ନାକୁ ଆସି କ୍ଲିୟର କରନ୍ତୁ । ସେମାନେ ତାଙ୍କ ପିଲା କି ନାହିଁ ସ୍ପଷ୍ଟ କରି ଯାଆନ୍ତୁ ।

ଶୁକ୍ରବାର ଦେବୀ ତ୍ରିପାଠୀ ବାଙ୍କିରେ ରାଲି କଲେ କାହିଁକି ଶଙ୍ଖ ଚିହ୍ନ ନଥିଲା ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିଜେଡି ସଭାନେତ୍ରୀ । ବିଜୁ ବାବୁଙ୍କ ଫଟୋ ଥିଲା । କେଉଁଠୁ ଫଣ୍ଡିଙ୍ଗ ହୋଇଛି, କେନ୍ଦୁଝର ଓ ସୁନ୍ଦରଗଡ଼ କି ? ରାଜ୍ୟସଭାରେ ଭୋଟ ଦେବା ବେଳେ ବାରମ୍ବାର ବାଥରୁମ ଆସି କାହା ସହ କଥା ହେଉଥିଲେ ଭିଡିଓ ଆସିବ । କ୍ୟାପିଟାଲ ଥାନାରେ କେଶ ଦେଇଛୁ । ଗୋଟିଏ ଦିନ ସମୟ ଦେଇଛୁ ପୋଲିସକୁ । କାଲି କିଛି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ? ଯୁବ ଛାତ୍ର ତାତିଲେ ପରିଣାମ କଣ ହେବ ତାଙ୍କୁ ଜଣାଇ ଦିଆଯିବ । ଯଦି ତୁରନ୍ତ କିଛି ଆକ୍ସନ ନହୁଏ ତେବେ ସନ୍ଧ୍ୟାରେ ପୁଣି ଥାନାକୁ ଯିବୁ ବୋଲି ସେ ଚେତାଇ ଦେଇଛନ୍ତି ।