ଭୁବନେଶ୍ୱର ୨୩।୦୩ : କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା । ରାଜ୍ୟ ଏବଂ ଜାତୀୟସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଓଡ଼ିଶା ପୋଲିସ ଡିଜି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠି କ୍ରୀଡ଼ାବିତମାନଙ୍କୁ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ପାଇଁ ପ୍ରଶଂସାପତ୍ର ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଡିଜିପି ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ପ୍ରତିଭା, ଶୃଙ୍ଖଳା ଓ ଦୃଢ଼ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି । କ୍ରୀଡାବିତଙ୍କ ଏହି ସଫଳତା ରାଜ୍ୟ ଓ ଓଡ଼ିଶା ପୋଲିସ ପାଇଁ ଗୌରବର ବିଷୟ ଏବଂ ସେମାନଙ୍କ ଏହି ସଫଳତା ଓଡ଼ିଶାର ଯୁବପୀଢିକୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ସେ କହିଥିଲେ।

Also Read:-ସେକ୍ସ ରାକେଟ୍ ରୋକିବାକୁ ଆକ୍ସନ ପ୍ଲାନ, ପୋଲିସ ସ୍କାନରରେ OYO ରୁମ୍, ନିୟମିତ ଚାଲିଛି ରେଡ୍

ସୂଚନାଯୋଗ୍ୟ ଯେ, ନିକଟରେ ଆୟୋଜିତ ହୋଇଥିଲା ସର୍ବଭାରତୀୟ ପୋଲିସ ଓ ସିନିୟର ନ୍ୟାସନାଲ ଚାମ୍ପିୟନସିପ୍–୨୦୨୬ । ଏଥିରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଏକାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ରୋଇଂ ପ୍ରତିଯୋଗିତାରେ ରିତୁ କାଉଡି ଓ ସୋନାଲିକା ଦାସ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ। ସେହିପରି କ୍ୟାନୋଇଂ, କାୟାକିଂ, କରାଟେ ଏବଂ ଆଥଲେଟିକ୍ସ ମଧ୍ୟରେ ମଧ୍ୟ କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।

ସେହିପରି କଟକରେ ଆୟୋଜିତ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ ୨୦୨୫–୨୬ରେ ଓଡ଼ିଶା ପୋଲିସର ୭ ଜଣ ଆଥଲେଟ୍ କରିଥିଲେ । ଏହାସହ ୧୧ଟି ଭିନ୍ନ ବିଭାଗରେ ନୂତନ ‘ମିଟ୍ ରେକର୍ଡ’ ସୃଷ୍ଟି କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ବିଘ୍ନରାଜ ମିରିଡ଼ିଆ, ଅଶୋକ ଦାଣ୍ଡସେନା, ସୁସ୍ମିତା ତିଗା ଓ ସବିତା ଟପ୍ପୋଙ୍କ ଭଳି କ୍ରୀଡ଼ାବିତମାନେ ନିଜ ନିଜ ବର୍ଗରେ ଅସାଧାରଣ ପ୍ରଦର୍ଶନ କରି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Watch Video:-