ଭୁବନେଶ୍ୱର ୨୩।୦୩ : ସ୍କାନରରେ OYO ରୁମ୍ । ସେକ୍ସ ରାକେଟ୍ ରୋକିବାକୁ ସ୍କାନରରେ OYO ରୁମ୍। ହୋଟେଲ ଗୁଡ଼ିକରେ ନିୟମିତ ଭାବେ ପାଟ୍ରୋଲିଂ ଏବଂ ଚେକିଂ କରାଯାଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Also Read:-Cross Voting Row: ୬ ବିଧାୟକଙ୍କୁ ବ୍ୟୋମକେଶଙ୍କ ପ୍ରଶ୍ନ, କାହିଁକି ଦେଲ ଦିଲ୍ଲୀପଙ୍କୁ ଭୋଟ ?

୨୦୨୪ ଜୁଲାଇ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ୍ ସମ୍ୱନ୍ଧିତ କାର୍ଯ୍ୟକଳାପ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି। ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି। ଏହି ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି।

Also Read:-ଖୁବ୍ ଶସ୍ତା ହୋଇଗଲା ସୁନା ଏବଂ ରୁପା : ଜାଣନ୍ତୁ ଆଜି କେତେ କମିଛି ଦାମ୍

ସେହିପରି ଭୁବନେଶ୍ୱର ଲକ୍ଷ୍ମୀସାଗରର ଏକ ଘରେ ରେଡ କରାଯାଇ ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା। ଏହି ସଂକ୍ରାନ୍ତରେ ୩ ଦଲାଲ ଓ ୪ ଜଣ ଗ୍ରାହକ ଗିରଫ ହୋଇଥିଲେ। ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରେ ରେଡ କରାଯାଇ ୨ ଦଲାଲ ଓ ୪ ଗ୍ରାହକଙ୍କୁ ଗିରଫ କରାଯାଇଥିଲା ବୋଲି ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି।