ଭୁବନେଶ୍ବର ୧୮।୦୫ : ଖୁବଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ । ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ । ଏକାସାଙ୍ଗେ ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷା ଦେଇଥିଲେ।

ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ରେଜଲ୍ଟ ଚେକ୍ କରିପାରିବେ । orissaresults.nic.in, chseodisha.nic.in, ଏହାଛଡ଼ା ସଂଶ୍ଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସାମସ୍ (SAMS) କଲେଜ ଲଗଇନ୍ ଜରିଆରେ ପରୀକ୍ଷା ଫଳ ଉପଲବ୍ଧ କରାଇ ଦିଆଯିବ । ସେହିପରି ଛାତ୍ରଛାତ୍ରୀମାନେ ନିଜର ଡିଜିଲକର ଆକାଉଣ୍ଟରୁ ମଧ୍ୟ ମାର୍କସିଟ୍ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଫଳ ପ୍ରକାଶନକୁ ନେଇ CHSE କାର୍ଯ୍ୟାଳୟରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ଅପଡେଟ୍ ପାଇଁ ଆମ ପେଜ୍ ସହ ଯୋଡ଼ି ହୋଇ ରୁହନ୍ତୁ ।