ଭୁବନେଶ୍ୱର ୦୫।୦୨ : ରାଜ୍ୟରେ ଭାଗ ଚାଷୀଙ୍କ ପାଇଁ ଆସିବ କି ଆଇନ ? ରାଜସ୍ୱ ବିଭାଗର ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏପରି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭାଗ ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ରାଜସ୍ୱ ବିଭାଗ ବିଚାର କରିବାକୁ କହିଛନ୍ତି। ଏହି ଆଇନ ଆସିଲେ ଭାଗ ଚାଷୀମାନେ ମଧ୍ୟ ସରକାରୀ ସୁବିଧା ପାଇପାରିବେ।

ଏ ଖବର ବି ପଢନ୍ତୁ:- ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

ସେହିପରି ଭାଗ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ, ଭାଗ ଚାଷୀ ଆଇନ ପ୍ରସଙ୍ଗରେ କୃଷି ବିଭାଗ, ସମବାୟ ବିଭାଗ ସହିତ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସଙ୍କ ସହିତ ଆଲୋଚନା କରାଯିବ। ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ବାହାର ରାଜ୍ୟର ଆଇନକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ଲୋକସେବା ଭବନରେ ଆମ ସାଥି ସହାୟକ ୟୁନିଫାଏଡ୍ ହ୍ୱାଟସଆପ୍ ଚାକ୍ ବଟ୍ ର ଉନ୍ମୋଚନ ହୋଇଛି। ଆଜିଠୁ ହ୍ୱାଟସଆପ୍ ମେସେଜରେ ରାଜସ୍ବ ସେବା ମିଳିବ। 9437292000 WhatsApp ନଂରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦ୍ରିକ ସେବା ଗୁଡ଼ିକ ସହ ୧୭୦ରୁ ଅଧିକ ଜରୁରୀ ସରକାରୀ ସେବା ମିଳିବ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ୫୭ଟି ଉପ-ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଏ ଖବର ବି ପଢନ୍ତୁ:- ଜମାତ-ଏ-ଇସଲାମିର ଘୋଷଣାପତ୍ର, ଭାରତ ଓ ହିନ୍ଦୁ ଭୋଟରଙ୍କ ବିଷୟରେ କଣ ରହିଛି ଉଲ୍ଲେଖ?