ଭୁବନେଶ୍ୱର ୦୭।୧୧ : ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ କଡ଼ା ଜବାବ । ବିରୋଧୀ ଉଠାଇଥିବା ପ୍ରଶ୍ନର ଜବବା ଦେଇ ଆଇନମନ୍ତ୍ରୀ କହିଛନ୍ତି ଯେ, ଅପରାଧୀଙ୍କୁ ଦୃଢତାର ସହିତ ଦମନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ କଥା ସ୍ପଷ୍ଟ ଯେ ଯେତେବେଳେ ଯେଉଁ ଜାଗାରେ ଯେଉଁ ଭାବରେ କୌଣସି ପ୍ରକାର ଅପରାଧ ଘଟୁଛି । ସରକାର ତୁରନ୍ତ ସେ କଥାର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସହିତ ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରୁଛି । ଆଇନ ଶୃଙ୍ଖଳା ସୁଧାରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ସରକାର ତାହା କରୁଛନ୍ତି । ଏହାକୁ ଆହୁରି କଠୋରତାର ସହିତ କରିବା ପାଇଁ ସରକାର ବଦ୍ଧପରିକର । ବିଭିନ୍ନ ସମୟରେ ବିକାଶରେ ଚାଲୁଥିବା ରାଜ୍ୟଗୁଡ଼ିକ ହେଉ ଦେଶଗୁଡ଼ିକ ହେଉ ସେଇ କ୍ରାଇମର ମାତ୍ରା ବି ବଢ଼ିଥାଏ । ତେଣୁ କରି ତାକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ପାଇଁ ଯେଉଁ ପଦକ୍ଷେପ ସବୁ ଆବଶ୍ୟକ ସରକାର ତାହାକୁ ଗ୍ରହଣ କରୁଛନ୍ତି, ଏହାର ପ୍ରତିଫଳନ ଖୁବଶୀଘ୍ର ଦେଖିବାକୁ ମିଳିବ ।

Also Read:-ରାଜଧାନୀରେ ୪ ଦିନରେ ୫ ହତ୍ୟା, ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ