ଭୁବନେଶ୍ବର ୧୩।୫: ପଶ୍ଚିମ ଏସିଆରେ ଯୁଦ୍ଧ ମଧ୍ୟରେ ଦେଶର ଆର୍ଥିକ ସଙ୍କଟ ଏବଂ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଯଥାସମ୍ଭବ ‘ଓ୍ବାର୍କ ଫ୍ରମ୍ ହୋମ୍’, ଅନ୍‌ଲାଇନ୍ କ୍ଲାସ୍ ଏବଂ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ଆଗକୁ ଆସିପାରନ୍ତି ମୋହନ ସରକାର । ଏହି ପରିପ୍ରେକ୍ଷୀରେ ବଡ଼ ପଦକ୍ଷେପ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ କାରକେଡ୍ ଗାଡିର ସଂଖ୍ୟା କମାଇପାରନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀମାନଙ୍କ କାରକେଡ୍ ଗାଡ଼ି ଉପରେ ଲାଗିପାରେ ଅଙ୍କୁଶ । ଜନ ପ୍ରତିନିଧି ସପ୍ତାହକୁ ଗୋଟିଏ ଦିନ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଆସିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।

ସେହିଭଳି ରାଜ୍ୟର ବଡ଼ ବଡ଼ ପ୍ରତିଷ୍ଠାନ ଉପରେ ମଧ୍ୟ ନେଇପାରନ୍ତି ବଡ଼ ନିଷ୍ପତ୍ତି । ବଡ଼ ପ୍ରତିଷ୍ଠାନରେ ଓ୍ବାର୍କ ଫ୍ରମ୍ ହୋମ୍ ବା ଘରୁ କାମ କରିବା ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଏ ନେଇ ଆଜି ଆସିପାରେ ଗାଇଡ୍ ଲାଇନ୍ ।

Also Read:- Transport Minister appeals: ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍, ୨୦୨୮ ଯାଏଁ ଇଭି ଗାଡ଼ି ସବସିଡ୍ ବୃଦ୍ଧି

ତେବେ ଚର୍ଚ୍ଚା ହେଉଛି ଯେ ଏଭଳି ନିଷ୍ପତ୍ତି ଦ୍ବାରା ରାଜ୍ୟର ପ୍ରଶାସନିକ ଖର୍ଚ୍ଚ କମାଇବା ସହିତ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରନ୍ତି ମୋହନ ସରକାର । ବଡ଼ ପ୍ରତିଷ୍ଠାନ ପାଇଁ ‘ଓ୍ବାର୍କ ଫ୍ରମ୍ ହୋମ୍’ ନୀତି ସମ୍ବନ୍ଧୀୟ ନୂଆ ଗାଇଡ୍ ଲାଇନ୍ ଦ୍ୱାରା ଯାତାୟାତ ଚାପ କମିବା ସହିତ ଇନ୍ଧନ ଓ ଶକ୍ତି ସଞ୍ଚୟ ହେବ ବୋଲି ଆଶା । ଏସବୁ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।