ଭୁବନେଶ୍ୱର: ଆଉ ୨ ମାସ ବଢିଲା ଇ-କେୱାଇସି ଅବଧି। ଡିସେମ୍ବର ୩୧ରେ ସରୁଥିବା ବେଳେ ଫେବୃଆରି ମାସ ଯାଏଁ ଇ-କେୱାଇସି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ସୁଦ୍ଧା ୯୬ ପ୍ରତିଶତ ଇ-କେୱାଇସି କରି ସାରିଥିବା ବେଳେ ବାକି ୪ ପ୍ରତିଶତ କରି ନାହାନ୍ତି। ଏନେଇ ସୂଚନା ଦେଇଛନ୍ତି  ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। 

କଟକ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି। ସରକାର ଚାହୁଁଛନ୍ତି- କାହାର କାର୍ଡ ନ କଟୁ। ସମସ୍ତେ ଆଉ ୨ ମାସ ସମୟ ଭିତରେ ଇ-କେୱାଇସି କରି ଦିଅନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି। ଏବେ ସୁଦ୍ଧା ନୂଆ ୮ ଲକ୍ଷ ରାସନ କାର୍ଡ ବଣ୍ଟନ କରାଯାଇଥିବା କୁହାଯାଇଛି