ଭୁବନେଶ୍ୱର ୧୭।୧୧ : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବା DAରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଫଳରେ କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ଭତ୍ତା ଚଳିତ ନଭେମ୍ବର ମାସର ଦରମା ସହ ନଗଦ ଆକାରରେ ମିଳିବ।

କେବଳ ସରକାରୀ କର୍ମଚାରୀ ନୁହନ୍ତି, ପେନସନଭୋଗୀଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି। ସେମାନଙ୍କ ଟିଆଇ ବା ମହଙ୍ଗା ରିଲିଫ୍‌ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଟିଆଇ ମଧ୍ୟ ନଭେମ୍ବର ମାସ ପେନସନ ସହ ମିଳିବ। ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ୱାରା ପ୍ରାୟ ସାଢ଼େ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ।

ଖବର ଅପଡେଟ୍‌ ଜାରି ରହିଛି...