ଭୁବନେଶ୍ଵର: ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ କ୍ଷତିଗ୍ରସ୍ତଙ୍କୁ କିଭଳି ତ୍ଵରାନ୍ଵିତ ଭାବେ କ୍ଷୟକ୍ଷତି ମିଳିବ ତା ଉପରେ ଗୁରୁତ୍ଵ ଦିଆଯାଇଛି। ଚଳିତ ବନ୍ୟାରେ ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭ ହଜାର ୨୯୭ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତି ଆକଳନ ଅବଧି ଆହରି ବଢ଼ିପାରେ। ରାଜ୍ୟର ତିନୋଟି ଜିଲ୍ଲା ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଛାଡ଼ିଦେଲେ ସବୁ ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ଆଜି ରାତି ସୁଦ୍ଧା ଆସିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି।

ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲ, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଯୋଡ଼ି ହୋଇଥିଲେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ, ପ୍ରଭାବିତ ବ୍ଲକର BDO। ଥିସହିତ ଜଳ ସମ୍ପଦ, ନଗର ଉନ୍ନୟନ, ଗ୍ରାମ୍ୟ ଓ ଶକ୍ତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ। ସହରାଞ୍ଚଳ ବନ୍ୟା ଉପରେ ଗୁରୁତ୍ବ, ୧୦ ସହରାଞ୍ଚଳ ପାଇଁ ଅର୍ଥରାଶି ଦେବାକୁ ବ୍ୟବସ୍ଥା ହେଉଛି। ଖର୍ଚ୍ଚ କରିବାର କ୍ଷମତା ଅନୁଯାୟୀ,ଯେତିକି ଖର୍ଚ୍ଚ କରିବାର ଶକ୍ତି ଓ ସାମର୍ଥ୍ୟ ବିଭିନ୍ନ ବିଭାଗର ରହିଛି ସେଇ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ହୋଇଛି।

୨୨ ଜିଲ୍ଲା ଆଂଶିକ ଓ ବ୍ୟାପକ ଭାବେ ପ୍ରଭାବିତ

ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାର ମୋଟାମୋଟି ୨୨ ଜିଲ୍ଲା ଆଂଶିକ ଓ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ସ୍ଥିତି ଏବେ ସ୍ୱାଭାବିକ ଅବସ୍ଥାକୁ ଆସିଛି। ପାଣିପାଗ ବିଭାଗର ପୂର୍ବ ଅନୁମାନ ଅନୁଯାୟୀ ମୟୂରଭଞ୍ଜ ଓ କିଛି ଜିଲ୍ଲାରେ ପ୍ରବଳ ବର୍ଷା ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ହେବା ନେଇ ସୂଚନା ରହିଛି। ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଯାଜପୁର ଭଦ୍ରକ, କଟକ ୧୨୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି କିଛି ଜିଲ୍ଲାରେ ଭୀଷଣ ବର୍ଷାର ଆଲର୍ଟ ଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

କାହିଁକି ବନ୍ୟା ହେଲା ରିପୋର୍ଟ ଦେବେ ଅଧିକାରୀ

ଏବେ ମଧ୍ୟ କିଛି ଜାଗାରେ ପାଣି ଅଛି।ଯେଉଁଠାରେ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ, ପାଣି କମିବା କ୍ଷଣି କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପ୍ରତ୍ୟେକ ଜିଲ୍ଲାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି, ଯେଉଁ ପରିସ୍ଥିତି ପାଇଁ ବନ୍ୟା ହେଲା ? ଏକାଧିକ ନଦୀରେ କାହିଁ ବନ୍ୟା ଆସିଲା ? ଘେରିବନ୍ଧର କେଉଁ ଜାଗାରେ ଆବଶ୍ୟକତା ଅଛି ? କେଉଁ ଜାଗାରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇପାରିବ ? ଏହାର ଚୂଡ଼ାନ୍ତ ରିପୋର୍ଟ ପଠାଇବାକୁ ଜିଲ୍ଲାୱାରୀ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗମାନଙ୍କ ସାଙ୍ଗରେ ପଞ୍ଚାୟତିରାଜ ବିଭାଗ ମଧ୍ୟ ତାଙ୍କର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ବର୍ଷା ହେଲେ ରାସ୍ତାରେ ପାଣି ଯାଉଛି ତାହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ପ୍ରସ୍ତୁତ ରିପୋର୍ଟ ମୁତାବକ ଆଗାମୀ ବଜେଟ୍ ରେ ଏଥିପାଇଁ ଅର୍ଥ ରାଶି ପ୍ରଦାନ କରାଯିବାର ବନ୍ଦୋବସ୍ଥ କରାଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ। ଜଳବାୟୁ ପରିବର୍ତ୍ତନ ଧୀରେ ଧୀରେ ପୃଥିବୀ ଓ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ନୂଆ ସ୍ୱରୂପ ଦେଖୁଛି। ପରିବର୍ତ୍ତିତ ପୃଷ୍ଠଭୂମିରେ ସ୍ୱଭାବ ପରିବର୍ତ୍ତନ ଯେତିକି ହେଉଥିବ, କେମିତି ଏହାର ସ୍ଥାୟୀ ସମାଧାନ କରାଯିବ ସେଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା କହିଛନ୍ତି ମନ୍ତ୍ରୀ।

ସହରାଞ୍ଚଳ ବନ୍ୟା ଉପରେ ଗୁରୁତ୍ବ

୧୦ ସହରାଞ୍ଚଳ ପାଇଁ ଅର୍ଥରାଶି ଦେବାକୁ ବ୍ୟବସ୍ଥା ହେଉଛି। ଖର୍ଚ୍ଚ କରିବାର କ୍ଷମତା ଅନୁଯାୟୀ,ଯେତିକି ଖର୍ଚ୍ଚ କରିବାର ଶକ୍ତି ଓ ସାମର୍ଥ୍ୟ ବିଭିନ୍ନ ବିଭାଗର ରହିଛି ସେଇ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହିତ ଆଗାମୀ ସମୟରେ ନୂଆ ନୂଆ ଭିତ୍ତିଭୂମି ଓ ବନ୍ୟା ପ୍ରତିଷେଧକ ବ୍ୟବସ୍ଥା କିପରି ହୋଇପାରିବ ସେଥିଲାଗି ବନ୍ଦୋବସ୍ଥ କରାଯାଉଛି।

ଜିଲ୍ଳାୱାରି ବନ୍ୟା କ୍ଷୟକ୍ଷତି ରିପୋର୍ଟ

୨୨ ଓ ୨୪ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ହୋଇଛି। ଯାଜପୁର,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ଛାଡିଦେଲେ ବାକି ଜିଲ୍ଳାର କ୍ଷୟକ୍ଷତି ରିପୋର୍ଟ ଆଜି ରାତି ସୁଦ୍ଧା ଆସିଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। କ୍ଷୟକ୍ଷତି ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲାୱାରୀ ନିର୍ଦ୍ଦେଶ ଦିଆଯାଇଛି।

୩୫୬୭ ଘର କ୍ଷତିଗ୍ରସ୍ତ

ଅଦ୍ୟାବଧି ଆସିଥିବା କ୍ଷୟକ୍ଷତି ରିପୋର୍ଟ ମୁତାବକ ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ୩୭ ହଜାର ୨୯୭ ହେକ୍ଟର ଚାଷ ଜମିରେ ଫସଲ ଓ ପନିପରିବା ବ୍ୟାପକ ଭାବେ ନଷ୍ଟ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଆସନ୍ତା ଦିନେ ଦୁଇଦିନ ଭିତରେ ଏହାର ଚୂଡ଼ାନ୍ତ ରିପୋର୍ଟ ଆସିବ।ଆଗକୁ ବର୍ଷା ନ ହେଲେ ସମ୍ପୂର୍ଣ୍ଣ ତଥ୍ୟ ଆସିପାରିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ।କଲେକ୍ଟର ମାନେ କ୍ଷୟକ୍ଷତି ଅନୁଯାୟୀ ଆକଳନ କରି ରିପୋର୍ଟ ପ୍ରଦାନ କରିବେ, ଯଦି ବେଶୀ ଖର୍ଚ୍ଚ ହୁଏ, ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ।

ପାଣିପାଗ ଅପଡେଟ ପାଇଁ ସଜାଗ ସରକାର

ପାଣିପାଗର ପୂର୍ବ ଅନୁମାନ ଲଗାଇବାକୁ ଯେଉଁ ଅତ୍ୟାଧୁନିକ ମେସିନ ଆବଶ୍ୟକ ତାହା ଲଗାଇବାକୁ ବ୍ୟବସ୍ଥା ହେଉଛି। ସାଇରନ୍ ବ୍ୟତୀତ ଅନ୍ୟାନ୍ୟ ଅତ୍ୟାଧୁନିକ ମେସିନ ଲଗାଇବାକୁ ସରକାର ତତ୍ପର ଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।