ଭୁବନେଶ୍ୱର ୧୫।୧୦ : ଚାଲିଛି ଛାତ୍ର ସଂସଦ ନିର୍ବାଚନ । ନିଜ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟ୍ବିଟ୍ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ । ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍ ଦର୍ଶନ ଦେବ । ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ । ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ।