ଭୁବନେଶ୍ବର ୩।୭: ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିନିକିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଓଡ଼ିଶାର ପ୍ରଗତି, ସମୃଦ୍ଧ ଓଡ଼ିଶା ଗଠନ ନେଇ ସକରାତ୍ମକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁବାର ଆଲୋଚନା ପରେ ଶୁକ୍ରବାର ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତ ।

Also Read:- 'ମୁଁ ପୋଲିସ ଫାଣ୍ଡିରୁ କହୁଛି...' : ବିବାହିତ ମହିଳାଙ୍କ ସହ ଫୋନରେ ଅଶ୍ଲୀଳ କଥା, ଯୁବକଙ୍କୁ ଉଠାଇ ଆଣିଲା ପୋଲିସ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଓଡ଼ିଶାର ପ୍ରଗତି, ସାଙ୍ଗଠନିକ ସୁଦୃଢ଼ୀକରଣ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଅତ୍ୟନ୍ତ ସକରାତ୍ମକ ଆଲୋଚନା ହୋଇଥିବା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନରେ ଏକ 'ସମୃଦ୍ଧ ଓଡ଼ିଶା' ଓ 'ବିକଶିତ ଭାରତ' ସଂକଳ୍ପକୁ ସାକାର କରିବା ପାଇଁ ଆମେ ସଂକଳ୍ପବଦ୍ଧ ।