ଭୋଗରାଇ,|୦୭ପ୍ରେମରେ ଉବୁଟୁବୁ ହେଉଥିଲେ ଯୁବକ । ଅନ୍ଧ ପାଲଟି ଯାଇଥିଲେ । ବାରମ୍ବାର ବିବାହିତା ମହିଳାଙ୍କୁ କରୁଥିଲେ ଫୋନ୍ । ପ୍ରପୋଜ୍ କରୁଥିଲେ । ଏହାସହ ଅଶ୍ଲୀଳ କଥା ମଧ୍ୟ ହେଉଥିଲେ । ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କରିଦେଲେ ମହିଳା । ଯାହା ସେ ଭାବି ନଥିଲେ କିଛି ସେମିତି ଘଟଣାର ସାମ୍ନା କଲେ ଯୁବକ । ଏପରି କିଛି ଘଟଣା ଏବେ ଭୋଗରାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୋବାଇଲରେ ମହିଳାଙ୍କୁ ଫୋନ କରି ଅଶାଳୀନ କଥାବାର୍ତ୍ତା ଓ ପ୍ରେମ ନିବେଦନ କରିବା ଯୁବକଙ୍କୁ ମହଙ୍ଗା ପଡିଛି । ମହିଳାଙ୍କ ଲିଖିତ ଅଭିଯୋଗ ପରେ ଯୁବକଙ୍କ ନାମରେ ଭୋଗରାଇ ଥାନାରେ ମାମଲା ରୁଜୁ ହୋଇଛି । ଏହାଛଡା ଯୁବକଙ୍କୁ ଥାନାକୁ ଆଣି ପୋଲିସ ପଚରା ଉଚରା ମଧ୍ୟ କରୁଛି । ଯୁବକ ଜଣକ ଭୋଗରାଇର କଖଡା ପଂଚାୟତ ଅଧୀନ ପୁରୁଷୋତମପୁର ଗାଁର ଲକ୍ଷ୍ମୀକାନ୍ତ ସାହୁଙ୍କ ପୁଅ ଜନ୍ମେଜୟ ସାହୁ ଓରଫ ବାଙ୍ଗ ବୋଲି ଜଣା ପଡିଛି ।

ସୂଚନାନୁସାରେ, ଗତ ୩୦ ତାରିଖ ଅପରାହ୍ନ ୪ଟା ସମୟରେ ଜନ୍ମେଜୟ କଖଡା ପଂଚାୟତ ଅଧୀନ ହାଟସରିଷା ଅଞ୍ଚଳର ଜୈନିକ ମହିଳାଙ୍କୁ ଫୋନ କରିଥିଲେ। ଚନ୍ଦନେଶ୍ଵର ପୋଲିସ ଫାଣ୍ଡିରୁ ସେ କହୁଥିବା କଥା ମହିଳାଙ୍କୁ କହିବା ସହ ଗାଡି ପଠାଇ ଦେଉଛି ତୁରନ୍ତ ଦୀଘାକୁ ଆସ ବୋଲି କହିଥିଲେ । ଏହାଛଡା ଆହୁରି ବହୁ ଖରାପ ଇଙ୍ଗିତରେ ମଧ୍ୟ ଅଶ୍ଲୀଳ କଥା ହୋଇଥିଲେ । ଘଟଣା ସମ୍ପର୍କରେ ମହିଳା ଜଣକ ସ୍ୱାମୀଙ୍କୁ ଅବଗତ କରିବା ସହ କଲ ଆସିଥିବା ନମ୍ବରକୁ ଯାଞ୍ଚ କରିଥିଲେ ।

Also Read :- ଜୁଲାଇ ୬ ଯାଏଁ ଛାଡ଼ିବନି ବର୍ଷା, ଏହି ତାରିଖରେ ପୁଣି ଲଘୁଚାପ...ଭିଜିବ ସବୁ ଜିଲ୍ଲା

ପରେ ଏହା ଜନ୍ମେଜୟର କାଣ୍ଡ ଜାଣିପାରି ମହିଳାଜଣଙ୍କ ତାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଚନ୍ଦନେଶ୍ଵର ଫାଣ୍ଡି ଅଧିକାରୀ ବନ ବିହାରୀ ଶତପଥୀ ସମ୍ପୃକ୍ତ ଯୁବକଙ୍କୁ ଧରି ପଚରାଉଚରା କରି କେସ୍ ନଂ ୨୦୫/୨୬ ରେ ତଦନ୍ତ ଚଳାଇଛନ୍ତି ।